ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଠାବ ହେଲା ନକଲି ପାଣି କାରଖାନା । ବ୍ରହ୍ମପୁର ବଡ଼ବଜାରରେ ଭିନ୍ନ ଭିନ୍ନ ବ୍ରାଣ୍ଡର ବୋତଲରେ ପାଣି ପୁରାଇ ଛଡାଯାଉଛି ବଜାରକୁ ।

156

କନକ ବ୍ୟୁରୋ : ନାକେଦମ କଲାଣି ନକଲି ସାମଗ୍ରୀ । ସସ, ମସଲା ଓ ଅନ୍ୟ ସାମଗ୍ରୀ ପରେ ବ୍ରହ୍ମପୁରରେ ଏବେ ପଦାକୁ ଆସିଛି ନକଲି ପାଣି କାରଖାନା । ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀବିହାର ଦ୍ୱିତୀୟ ଗଳିରେ ଥିବା ଏକ ନକଲି ପାଣି କାରଖନା ଉପରେ ପୁଲିସ ଚଢଉ କରିଛି । ୩ଟି ଭିନ୍ନ ଭିନ୍ନ ବ୍ରାଣ୍ଡର ନା ଦେଇ ଏଠାରେ ପାଣି ବୋତଲ ବ୍ୟବସାୟ ହେଉଥିଲା । ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ବର୍ତ୍ତର୍ମାନ ରେଡ ଚାଲିଛି ।

ରାଜ୍ୟରେ ବଢୁଛି ନକଲି ସାମଗ୍ରୀର କାରବାର । କଟକ, ସମ୍ବଲପୁର, ରାଜଧାନୀ ପରେ ଏବେ ବ୍ରହ୍ମପୁରରେ ନକଲି କାରଖାନା ଠାବ ହୋଇଛି । ପୂର୍ବରୁ ବ୍ରହ୍ମପୁର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଥିବା ବେଳେ ଏବେ ମିଳିଛି ନକଲି ସସ । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣପତି ନଗରରରେ ଏକ ନକଲି କାରଖାନା ଉପରେ ଚଢାଉ କରିଛି ପୁଲିସ ।

ଅସଲି ବ୍ରାଣ୍ଡ ହେଲେ ନକଲି ସାମଗ୍ରୀ । ନକଲି ଟମାଟୋ, ଚିଲି ଓ ସୋୟା ସସ ତିଆରି ହେଉଥିବା ଖବର ପାଇଁ ବ୍ରହ୍ମପୁର ଏସଡିପିଓ ଓ ବଡ଼ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଚଢାଉ କରିଥିଲେ । ୨୨୦ କାର୍ଟୁନ ଅପମିଶ୍ରିତ ସସ ଜବତ କରିଛି ପୁଲିସ । ଜଣେ ମହିଳାଙ୍କୁ ଏହି ଘଟଣାରେ ଅଟକ ରଖାଯାଇଛି ।