ଲୋକଙ୍କ ଜୀବନ ସହ ସାଂଘାତିକ ଖେଳ । ବଜାରରେ ବୁଲୁଛି ନକଲି ଟୀକା, କରୋନା ଟିକା ଉଦ୍ଭାବନ କରିଥିବା କହି ଗାଁରେ ଲୋକଙ୍କୁ ଭୁତାଉଥିଲେ ପ୍ରହଲାଦ ବିଶି । ଏସପିଙ୍କ ନେତୃତ୍ୱରେ ଚଢାଉ, ପ୍ରଭାବିତ ନହେବାକୁ ଲୋକଙ୍କୁ ପରାମର୍ଶ ।

370
କନକ ବ୍ୟୁରୋ; କରୋନା ସମୟରେ ବରଗଡରେ ଲୋକଙ୍କ ଜୀବନ ସହ ସାଂଘାତିକ ଖେଳ ଚାଲିଛି । ବଜାରରେ ମିଳୁଛି ନକଲି କରୋନା ଟିକା । ପ୍ରହଲାଦ ବିଶି ନାମକ ଜଣେ ବ୍ୟକ୍ତି ଏହି ନକଲି ଟିକା ପ୍ରସ୍ତୁତ କରିଥିବା ଖବର ମିଳିଛି । ଡ୍ରଗ୍ସ କଂଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ବେଳେ ପ୍ରହଲାଦ ବିଶିଙ୍କ ଠାରୁ ୧୨ରୁ ୧୪ଟି ଭାକ୍ସିନ୍ ବୋତଲ ଜବତ ହୋଇଛି ।
ସାବଧାନ ରୁହନ୍ତୁ
ବୁଲୁଛି ନକଲି କରୋନା ଟିକା 
ଗ୍ରାମାଂଚଳରେ ନକଲି କରୋନା ଟିକା କାରଖାନା: ସମ୍ବଲପୁର, ବରଗଡର ଗ୍ରାମାଂଚଳରେ ତିଆରି ହେଉଛି ନକଲି କରନା ଟିକା । ଆଉ ଏହି ବ୍ୟକ୍ତି ଜଣଙ୍କର ହାତ ରହିଛି ଏହି ନକଲି କରୋନା ଟିକା ପଛରେ ।
ନାଁ -ପ୍ରହଲାଦ ବିଶି
ଘର- ବରଗଡ ଋଷୁଡା ଗାଁ
କରୋନା ଟିକା ଉଦ୍ଭାବନ କରିଥିବା କହି ପ୍ରହଲାଦ କରୋନା ଟିକା ତିଆରି କରିବାକୁ ପ୍ରଶାସନକୁ ମାଗିଥିଲେ ଅନୁମତି । ତେବେ ଏହାକୁ ନେଇ ସନ୍ଦେହ ଉପୁଜିବାରୁ ଡ୍ରଗ୍ସ କଂଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ହୋଇଥିଲା । ଚଢାଉରେ ଯାହା ସାମ୍ନାକୁ ଆସିଛି ତାହା ଆପଣଙ୍କୁ ତାଜୁବ କରିଦେବ ।
-ଚଢାଉ ବେଳେ ପ୍ରହଲାଦ ବିଶିଙ୍କ ଠାରୁ ୧୨ରୁ ୧୪ଟି ଭାକ୍ସିନ୍ ବୋତଲ ଜବତ ହୋଇଛି ।
-ଜବତ ଔଷଧର ଉପାଦାନକୁ ନେଇ କୌଣସି ତଥ୍ୟ ନାହିଁ ।
-ଶିଶି ଗୁଡିକରେ କେବଳ ଭାକ୍ସିନ, କୋଭିଡ ୧୯, କରୋନା ୱାର୍ଲଡ ଇନଡିନ୍ ଇଂଜେକ୍ସନ ଆଇପି ଲେଖା ରହିଛି ।
-ନକଲି କୋଭିଡ୍ ଭାକସିନ୍ ଶିଶି, କିଛି ସିଲ୍ ଜବତ ହୋଇଛି ।
– ମୂଳ ଉପାଦାନ ନେଇ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି ପ୍ରହଲାଦ
-ଶିଶିରେ କୋଭିଡ୍ ଭାକସିନ୍ ଲେଖିଥିବା ପ୍ରହଲାଦ କହିଛନ୍ତି
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ନକଲି ଟିକା ଲୋକଙ୍କ ପାଖରେ ପହଂଚିନାହିଁ । ତେବେ ଏପରି କୌଣସି ନକଲି କରୋନା ଔଷଧ ଆଡକୁ ପ୍ରଭାବିତ ନ ହେବାକୁ ଡ୍ରଗ୍ସ ଡିପାର୍ଟମେଂଟ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
ପ୍ରହଲାଦ ବିଶି ପେଶାରେ ଡାକ୍ତର ନୁହଁନ୍ତି । କେମିଷ୍ଟ କିଂବା ସେଭଳି କିଛି ଶିକ୍ଷାଗତ ଯୋଗ୍ୟତା ବି ତାଙ୍କର ନାହିଁ । ବର୍ତମାନ କରୋନା ନେଇ ସାରା ବିଶ୍ୱ ଔଷଧକୁ ନେଇ ଅପେକ୍ଷାରେ ରହିିଥିବା ବେଳେ ବରଗଡରେ ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।