ରାଜଗାଙ୍ଗପୁର କୁମ୍ଭାରପଡ଼ାରେ ଠାବ ହେଲା ନକଲି ସସ୍ କାରଖାନା: ନକଲି ଚିଲି ଓ ଟମାଟୋ ସହ ୬୫୧ ବୋତଲ ନକଲି ସସ୍ ଜବତ, ଜଣେ ଗିରଫ

Advertisment
ରାଜଗାଙ୍ଗପୁର କୁମ୍ଭାରପଡ଼ାରେ ଠାବ ହେଲା ନକଲି ସସ୍ କାରଖାନା: ନକଲି ଚିଲି ଓ ଟମାଟୋ ସହ ୬୫୧ ବୋତଲ ନକଲି ସସ୍ ଜବତ, ଜଣେ ଗିରଫ

କନକ ବ୍ୟୁରୋ: ଧରାପଡିଲା ନକଲି ସସ୍ କାରଖାନା । ରାଜଗାଙ୍ଗପୁର କୁମ୍ଭାରପଡାଠାର ଏକ ନକଲି ସସ୍ କାରଖାନା ଉପରେ ପୋଲିସ ଚଢଉ କରିଛି । ସେଠାରୁ ବହୁ ପରିମାଣର ନକଲି ସସ୍ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି ଏବଂ ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ ।

publive-image

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଜଗାଙ୍ଗପୁର ଏସଡିପିଓ ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ୱରେ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ସଦଳବଳ ସହ କୁମ୍ଭାରପଡାଠାରେ ଦୀର୍ଘ ଦିନ ହେବ ବେଆଇନ ଭାବେ ଚାଲିଥିବା ଏକ ନକଲି ଅନମୋଲ ସସ୍ କାରଖାନା ଉପରେ ଚଢଉ କରିଥିଲେ । ଏଠାରୁ ପ୍ୟାକିଂ ହୋଇ ଗଚ୍ଛିତ ଥିବା ୬୫୧ ବୋତଲ ନକଲି ଟମାଟୋ, ଚିଲି ଓ ସୋୟାବିନ୍ ସସ୍ ଜବତ ହୋଇଛି । ଏହା ସହ ନିର୍ମାଣ ପାଇଁ ଭୟବହୃତ ହେଉଥିବା ଗୋଟିଏ ମିକ୍ସଚର ଗ୍ରାଇଣ୍ଡିଂ ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଏହି ଘଟଣାରେ ଏହି ନକଲି କାରଖାନାର ମାଲିକ ଅନିଲ ଦାସଙ୍କୁ ପୋଲିସ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe