ସାବଧାନ ! ଆପଣ ଖାଉନାହାନ୍ତି ତ’ ନକଲି ମସଲା ? କଟକରେ ନକଲି ମସଲା ତିଆରି ଗୋଦାମରେ ରେଡ୍ । ନକଲି ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଜବତ ।

840

କନକ ବ୍ୟୁରୋ: କଟକରେ ନକଲି ମସଲା ତିଆରି କାରଖାନା ଠାବ । ନକଲି ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ସହ ବିଭିନ୍ନ ପ୍ରକାର ନକଲି ମସଲା ତିଆରି କରାଯାଉଥିଲା । ଗୋଦାମରେ ଚଢାଉ କରି ଲକ୍ଷାଧିକ ଟଙ୍କାର ନକଲି ମସାଲା ଜବତ କରାଯାଇଛି । ଏହା ସହ ଜଣକୁ ଗିରଫ କରାଯାଇଛି ।

ତେବେ କଟକ ମାଲଗୋଦାମ ଭିତରେ ଥିବା ଏକ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଫ୍ୟାକ୍ଟ୍ରି ଉପରେ ବୁଧବାର ପୁଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୧୫ କୁଇଣ୍ଟାଲ ଓଜନର ନକଲି ସାମଗ୍ରୀ ଜବତ କରିଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ଆକଳନ କରୁଛି।

ଏହି କେଳେଙ୍କାରୀର ମୁଖ୍ୟ କୁହାଯାଉଥିବା ଗୋବିନ୍ଦପୁରର ସଚିଦାନନ୍ଦ ସାହୁ ସମେତ ୩ ଜଣଙ୍କୁ ପୁଲିସ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା ଚଳାଇଛି। ଦୀର୍ଘ ଦିନ ହେବ ଏଭଳି କାରବାର ଚାଲି ଆସିଥିବା ବେଳେ ସହଜରେ ପୁଲିସ ନଜରରେ ପଡୁ ନଥିଲା। କଟକ ସହର ସମେତ ଜିଲ୍ଲା ବାହାରକୁ ଏହି ନକଲି ସାମଗ୍ରୀ ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜଣାପଡିଥିବା ସୂଚନା ମିଳିଛି।