କନକ ବ୍ୟୁରୋ : ନକଲି ଟଙ୍କା ଦେଇ ଠକିଦେଲା ଠିକାଦାର । କାମ କରୁଥିବା ଶ୍ରମିକମାନଙ୍କୁ ନକଲି ଟଙ୍କା ଦେଇ ଠିକାଦାର ଛୁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଗୋରଖପାଲୀ ଅଂଚଳରେ । ତେବେ ଶ୍ରମିକମାନଙ୍କ ଅଭିଯୋଗ ଆଧାରରେ ଏମଭି-୭୯ ପୋଲିସ ଠିକାଦାରଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ ଏମପିଭି-୭୦ ଗାଁର ରସିକ ମଣ୍ଡଳ ନାମକ ଜଣେ ସ୍ଥାନୀୟ ଠିକାଦାର ଗୋରଖପାଲୀ ଗ୍ରାମର କିଛି ଶ୍ରମିକମାନଙ୍କୁ ନେଇ ଆନ୍ଧ୍ରରେ କାମ କରାଇ ଟଙ୍କା ଦେଉନଥିଲେ । ପ୍ରାୟ ବର୍ଷେ ହେଲା ଠିକାଦାର ଜଣଙ୍କ ଶ୍ରମିକମାନଙ୍କୁ ଟଙ୍କା ଦେବାକୁ ବାରମ୍ବାର ପ୍ରତିଶୃତି ଦେଉଥିଲେ ମଧ୍ୟ ଟଙ୍କାଟିଏ ଦେଉନଥିଲେ । ତେବେ ଗତ କିଛି ଦିନ ତଳେ ଠିକାଦାର ଜଣଙ୍କ ରାତିରେ ଶ୍ରମିକମାନଙ୍କ ଘରକୁ ଯାଇ ଟଙ୍କା ଦେଇଆସିଥିଲେ । ତେବେ ଶ୍ରମିକମାନେ ଏହି ଟଙ୍କା ନେଇ ଯେତେବେଳେ ଦୋକାନକୁ ସାମଗ୍ରୀ କିଣିବାକୁ ଗଲେ ସେତେବେଳେ ଦୋକାନୀମାନେ ଏହା ନକଲି ନୋଟ କହି ଫେରାଇ ଦେବାରୁ ଠିକାଦାର ଦେଇଥିବା ସବୁ ତକ ଟଙ୍କା ନକଲି ବୋଲି ଜଣାପଡ଼ିଥିଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।