ନକଲି ଔଷଧର ଲମ୍ବା ଚେର । କେଉଁଠୁ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଂଚ । ହିମାଚଳ ପ୍ରଦେଶ ଲେଖାଥିଲେ ବି ଔଷଧ କଂପାନୀର ମିଳୁନି ପ୍ରକୃତ ଠିକଣା 

159

କନକ ବ୍ୟୁରୋ: ରାଜ୍ୟରେ ନକଲି ମେଡିସିନ କାରବାରର ଗୁମର ଖୋଲିବା ପାଇଁ ଆକ୍ସନ ମୋଡରେ ଆସିଯାଇଛି କ୍ରାଇମବ୍ରାଂଚ ।  କ୍ରାଇମବ୍ରାଂଚ ଏସଟିଏଫର ସ୍ୱତନ୍ତ୍ର ଟିମ ଏ ନେଇ ତଦନ୍ତ ଆରମ୍ଭ  କରିବ । ତେବେ  ତଦନ୍ତ  କେଉଁଠୁ ଆରମ୍ଭ ହେବ ତାହା ନିଶ୍ଚିତରୂପେ କ୍ରାଇବ୍ରାଂଚ ପାଇଁ  ଏତ ଚ୍ୟାଲେଞ୍ଜ ସୃଷ୍ଟି କରିବ ।  ପ୍ରାଥମିକ ଭାବେ ତଦନ୍ତ କଟକ କନିକାଛକର ହୋଲସେଲ ଗୋଦାମ ଓ ଔଷଧ କାରବାର କରିଥିବା ମାଲିକ ନିକଟରୁ ହିଁ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଔଷଧ କାରବାରର ଚେର ରାଜ୍ୟ ବାହାରକୁ ଯାଇଥିବା ସନ୍ଦେହ ଅଧିକ ହୋଇଛି । ତେଣୁ ଆବଶ୍ୟକ ପଡିଲେ କ୍ରାଇମବ୍ରାଂଚ ଟିମ ରାଜ୍ୟ ବାହାରକୁ ଯିବାକୁ ପ୍ରସ୍ତୁତ ହେଉଛି ।

ନକଲି ଔଷଧ କାରବାରରେ ଲୋକଙ୍କ ଜୀବନ ସହ ଖେଳିଥିବା ମାଷ୍ଟରମାଇଣ୍ଡକୁ  ଚିହ୍ନଟ କରାଯିବ । କେଉଁଠୁ କେତେ  ଔଷଧ ଆସିଛି ? କେତେ ବିକ୍ରୀ ହୋଇଛି ? ରାଜ୍ୟରେ  ନକଲି ଔଷଧ କାରବାରର ଗୁମର  ଖୋଲିବା  ପାଇଁ କ୍ରାଇମବ୍ରାଂଚ ତଦନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆରମ୍ଭ ହୋଇଯାଇଛି ତନାଘନା ।

ରାଜ୍ୟରେ ନକଲି ମେଡିସିନର ଜାଲ ବିଛେଇ ହୋଇ ରହିଛି ବୋଲି ଜଣାପଡିବା ପରେ ଆକ୍ସନ ମୋଡରେ ଆସିଯାଇଛି କ୍ରାଇମବ୍ରାଂଚ ।  କ୍ରାଇମବ୍ରାଂଚ ଏସଟିଏଫର ସ୍ୱତନ୍ତ୍ର ଟିମ ଏ ନେଇ ତଦନ୍ତ ଆରମ୍ଭ  କରିବ । ତେବେ  ତଦନ୍ତ  ପ୍ରାଥମିକ ଭାବେ  କଟକ କନିକାଛକରୁ ହୋଲସେଲ ଗୋଦାମ ଓ ଔଷଧ କାରବାର କରିଥିବା ମାଲିକ ନିକଟରୁ ହିଁ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।  ଏହି ଔଷଧ କାରବାରର ଚେର ରାଜ୍ୟକୁ ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରକୁ ଯାଇଥିବା ସନ୍ଦେହ କରାଯାଉଛି । ତେଣୁ ଆବଶ୍ୟକ ପଡିଲେ କ୍ରାଇମବ୍ରାଂଚ ଟିମ ରାଜ୍ୟ ବାହାରକୁ ବି ଯାଇପାରେ ।

କଟକ କନିକା ସ୍ଥିତ ଔଷଧ ଗୋଦାମ ମାଲିକ ଦେଇଥିବା ତଥ୍ୟ ଅନୁସାରେ ସବୁପ୍ରକାରର ଫାଭି-ଫିରାଭିର ଯାଇଛି ମଧ୍ୟପ୍ରଦେଶକୁ ।  ଗୋଦାମରୁ ଜବତ ଔଷଧ  ଯେଉଁ ଫାର୍ମରୁ ତିଆରି ହୋଇଥିଲା ବୋଲି ଲେବୁଲରେ ଲେଖାଥିଲା, ସେଭଳି ଔଷଧ ତିଆରି ସଂସ୍ଥା ହିମାଚଳରେ ନାହିଁ , ଯାହା ଅନେକ ସନ୍ଦେହ ସୃଷ୍ଟି କରିଛି ।

ଫାଭି-ଫିରାଭିର ଛଡା ଭିଟାମିନ-ସି ଓ ଆଜିଥ୍ରୋମାଇସିନ ଭଳି  ଯେଉଁ ୯ ପ୍ରକାରର ଔଷଧ ଜବତ ହୋଇଛି , ସେ ନେଇ ବି ଅନେକ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ଏ ସବୁ ଦିନଗୁ ଦୃଷ୍ଟିକୁ ନେଇ କ୍ରାଇମବ୍ରାଂଚର ତଦନ୍ତ ଆଗକୁ ବଢିବ ବୋଲି ଆଶା କରାଯାଉଛି । ଡ୍ରଗ୍ସ କଂଟ୍ରୋଲର ବି କହିଛନ୍ତି , ତଦନ୍ତରେ ସବୁ ପ୍ରକାରର ସହଯୋଗ କରାଯିବ ।

ନକଲି ଔଷଧ କାରବାର ନେଇ ଡ୍ରଗ୍ସ କଂଟ୍ରୋଲର ପକ୍ଷରୁ ସାରା ରାଜ୍ୟରେ ଚଢାଉ ଜାରି ରହିଛି । ଏହାର ଚେର ରାଜ୍ୟ ବାହାରକୁ ଲମ୍ବିଥିବାରୁ ଅସଲ ଦୋଷୀକୁ ଧରିବା କ୍ରାଇମବ୍ରାଂଚ ପାଇଁ ନିଶ୍ଚିତ ରୂପେ ଚ୍ୟାଲେଞ୍ଜ ହେବ ।