ଜିଲ୍ଲା ପରିଷଦଙ୍କ ଘରେ ନକଲି ମଦ ଫ୍ୟାକ୍ଟ୍ରି ଠାବ, କନେଷ୍ଟବଳଙ୍କର ବି ଥିଲା ସମ୍ପୃକ୍ତି । ଭୁବନରେ ୩ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ ।

ଜିଲ୍ଲା ପରିଷଦଙ୍କ ଘରେ ନକଲି ମଦ ଫ୍ୟାକ୍ଟ୍ରି ଠାବ, କନେଷ୍ଟବଳଙ୍କର ବି ଥିଲା ସମ୍ପୃକ୍ତି । ଭୁବନରେ ୩ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ ।

କନକ ବ୍ୟୁରୋ : ଢେଙ୍କାନାଳ ଭୁବନରେ ଅବକାରୀ ବିଭାଗର ବଡ଼ ଧରଣର ରେଡ୍ । ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି । ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ତତ୍ୱାବଧ୍ୟାନରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲେ । ୫୧ ଲିଟର ନକଲି ମଦ ସହ ବୋତଲ ଜବତ କରାଯାଇଛି ।ସେହିଭଳି ୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଘଟଣାରେ ବିଜେଡି ଜିଲ୍ଲାପରିଷଦ ସଦସ୍ୟ, କନେଷ୍ଟବଳ, ଅନ୍ୟ ଜଣଙ୍କୁୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ ।

ଯାଜପୁର ଜଖପୁରା ଥାନାର କନେଷ୍ଟବଳ ସୁଶାନ୍ତ ଦଳେଇଙ୍କୁ ଏହି ଘଟଣାରେ ଗିରଫ କରାଯାଇଥିବା ବେଳେ, ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ମାଝୀ ଓ ଭୁବନ ମୃଦଙ୍ଗା ଗାଁର ଅରବିନ୍ଦ ଦାସଙ୍କୁ ଗିରଫ କରାଯାଇଛି । ତେବେ ଏହି ଘଟଣାରେ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ସୁବାଷ । ରାଜନୈତିକ ରାଗ ରଖି ତାଙ୍କୁ ଫଶାଯାଇଥିବା କହିଛନ୍ତି ସୁବାଷ । ଗିରଫ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe