କନକ ବ୍ୟୁରୋ: ବଜାରରେ ବିକ୍ରି ହେଉଛି ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ । କଂଟାବାଞ୍ଝିରେ ଚଢଉ ପରେ ଏପରି ଏକ ନକଲି ସାମ୍ପୁ କାରବାରର ପର୍ଦ୍ଦାଫାଶ ହୋଇଛି । ହିନ୍ଦୁସ୍ତାନ ଲିବର ନାଁରେ ଜାଲି ଦ୍ରବ୍ୟ ବିକ୍ରି ଅଭିଯୋଗ ପରେ ବିଭିନ୍ନ ଦୋକାନରେ ଚଢାଉ ହୋଇଥିଲା ।
ବାଙ୍ଗାଲୋରରୁ ଆସିଥିବା ହିନ୍ଦୁସ୍ତାନ ଲିବର ଲିଗାଲ ଟିମର ୪ ଜଣ ସଦସ୍ୟ କଂଟାବାଞ୍ଝି ପୁଲିସ ସହାୟତାରେ ଚଢାଉ କରିଛନ୍ତି । ବିଭିନ୍ନ ଦୋକାନରୁ ୨ଶହରୁ ଅଧିକ ନକଲି ସାମ୍ଫୁ ପାଉଚ ପାକେଟ ଜବତ ହୋଇଥିବା ସୂଚନା ମିଳିଛି । ତେବେ ନକଲି ସାମ୍ପୁ କେଉଁଠୁ ଆସୁଥିଲା ଏହାର ଖୋଳତାଡ କରାଯିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହିନ୍ଦୁସ୍ତାନ ଲିବର ଲିଗାଲ ଟିମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/vlcsnap-2019-09-15-15h50m42s43.png)
/kanak/media/post_attachments/wp-content/uploads/2019/09/vlcsnap-2019-09-15-15h50m18s57-300x165.png)