କନକ ବ୍ୟୁରୋ: ନାଁ ଅସଲି, କିନ୍ତୁ ପ୍ୟାକେଟ୍ ଭିତରେ ରହିଛି ନକଲି ଜିନିଷ । ଯାଜପୁର ଛତିଆ ଅଂଚଳରୁ ଏପରି ଏକ ନକଲି ଜର୍ଦ୍ଦା ଜବତ କରିଛି । ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି , ଘଟଣାରେ ଜଣେ ଅଟକ ଅଛନ୍ତି । ଯାଜପୁର ଜିଲ୍ଲା ଛତିଆ ଅଂଚଳର ବିଦ୍ୟାଧରପୁର ଗାଁରେ କଟକ କ୍ରାଇମବ୍ରଂଚ ଏସଟିଏଫ ଓ ବଇରୀ ପୁଲିସ ମିଳିତ ଭାବେ ଚଢାଉ କରି ବହୁ ପରିମାଣର ନକଲି ଜର୍ଦ୍ଦା, ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ଛୋଟବଡ ମେସିନକୁ ଜବତ କରିଛି ।
ଦୁଇ ବର୍ଷତଳେ ଛତିଆ ଅଂଚଳରୁ ମଧ୍ୟ ବିପୁଳ ପରିମାଣର ନକଲି ଗୋପାଳ ଜର୍ଦ୍ଦା ଯାଜପୁର ପୋଲିସ ଦ୍ୱାରା ଜବତ ହୋଇଥିଲା । ତେବେ ଆଜି ଜବତ ହୋଇଥିବା ନକଲି ଜର୍ଦ୍ଦାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/6-1.jpg)