କନକ ବ୍ୟୁରୋ : ପୁଲିସ ଟେବୁଲ ଉପରେ ରହିଛି ଗୋଟିଏ ଇଟା ଓ ଶଙ୍ଖ । ସୁନା ଇଟା ଓ ସୁନା ଶଙ୍ଖ ଭଳି ଦେଖାଯାଉଥିବା ଦୁଇଟି ଜିନିଷ ଅସଲି ନୁହେଁ ନକଲି । ଏହି ନକଲି ସାମଗ୍ରୀକୁ ନବରଙ୍ଗପୁରରେ ବିକ୍ରି କରୁଛନ୍ତି ରାଜ୍ୟ ବାହାରର ଦଲାଲ । ଆଉ ରାତାରାତି ବଡ଼ଲୋକ ହେବା ନିଶାରେ ଏହାକୁ କିଣି ଲକ୍ଷାଧିକ ଟଙ୍କା ଠକାମିର ଶିକାର ହୋଇଛନ୍ତି ଆଦିବାସୀ ଅଧ୍ୟୁଷିତ ଅଂଚଳର ଯୁବଗୋଷ୍ଠୀ ।

Advertisment

ବାରମ୍ବାର ଏଭଳି ଠକେଇ ଖବର ଆସିଲେ ବି ନବରଙ୍ଗପୁରରେ ଯୁବଗୋଷ୍ଠଙ୍କ ମନରୁ ଯାଉନି ସୁନା ସଂଖ ଓ ସୁନା ଇଟା ମୋହ । ତେବେ ପୂର୍ବରୁ କେବଳ ନବରଙ୍ଗପୁର ଜିଲ୍ଲାରେ ସୀମିତ ଥିଲା ସୁନା ଶଙ୍ଖର କାରବାର । ହେଲ ଏବେ ଏହାର ଚେର ପୋଡ଼ଶୀ ରାଜ୍ୟକୁ ଡେଇଁଛି । ପୁଲିସର ଦୃଷ୍ଟି ଆଢୁଆଳରେ ଏହି କାରବାର ଚାଲୁଥିବା ବେଳେ ପୋଲିସ ତରଫରୁ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକ ରହିଛି ।

ସାମାଜିକ ଗଣମାଧ୍ୟମରେ ଅନେକ ସଚେତନ ମୂଳକ ଭିଡିଓ ବାର୍ତା ରୁ ଶିକ୍ଷା ଗ୍ରହଣ ନକରି ଯଦି ସାଧାରଣ ଲୋକେ ଠକାମୀର ଶିକାର ହେଉଥିବା ବେଳେ ପୋଲିସ ହରଡଘଣାରେ ପଡୁଛି ।