ପରୀକ୍ଷା ଅସଲି ହେଲେ ପରୀକ୍ଷାର୍ଥୀ ନକଲି ! ସମ୍ବଲପୁରରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ । ଜଣେ ଯୁବକଙ୍କ ପାଇଁ ଜଣେ ଯୁବତୀ ପରୀକ୍ଷା ଦେଉଥିବା ବେଳେ ଧରିଲେ ନିରୀକ୍ଷକ

596

କନକ ବ୍ୟୁରୋ: ସମ୍ବଲପୁରରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ । ସମ୍ବଲପୁର କମିସନର କଲୋନୀ ହାଇସ୍କୁଲରେ ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକଙ୍କ ପାଇଁ ଜଣେ ଯୁବତୀ ପରୀକ୍ଷା ଦେଉଥିବା ବେଳେ ଧରାପଡ଼ିଛନ୍ତି । ସମ୍ବଲପୁର ରେଙ୍ଗାଲୀ ଥାନା ତିଲିଆ ଗାଁର କମଳିନୀ ସେଠ୍ ନିଜେ ପରୀକ୍ଷାର୍ଥୀ ହୋଇ ନଥିବା ବେଳେ ଲକ୍ଷ୍ମଣ ମେହେରଙ୍କ ପାଇଁ ପରୀକ୍ଷା ଦେବାକୁ ଯାଇଥିଲେ ।

ନାଁକୁ ବଦଳାଇ ଲକ୍ଷ୍ମୀ ମେହେର ନାଁରେ ଆଡମିଟ୍ କାର୍ଡ ଜାଲ୍ କରି ପରୀକ୍ଷା ଦେଉଥିଲେ କମଳିନୀ । ତେବେ ପରୀକ୍ଷା ନିରୀକ୍ଷକଙ୍କ ଦୃଷ୍ଟିକୁ ଆସିବା ପରେ ଏହାକୁ ସେ ସେଂଟର ସୁପରିଟେଂଡେଂଟଙ୍କୁ ଜଣାଇଥିଲେ । ଏହା ପରେ ଧନୁପାଲି ଥାନାରେ ଏ ନେଇ ଅଭିଯୋଗ ହୋଇଥିଲା । ତଦ୍ତ ପରେ ଉଭୟ ନକଲି ପରୀକ୍ଷାର୍ଥୀ ଓ ଅସଲି ପରୀକ୍ଷାର୍ଥୀଙ୍କୁ ଅଟକ ରଖାଯାଇଛି ।