ସାଢେ ୩ ବର୍ଷ ହେଲା ନୂଆ ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା କରୁଥିଲେ ନକଲି ଡାକ୍ତର । ଖବର ପ୍ରସାରଣ ପରେ ଗାଏବ ହୋଇଗଲେ ନକଲି ଡାକ୍ତର

ସାଢେ ୩ ବର୍ଷ ହେଲା ନୂଆ ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା କରୁଥିଲେ ନକଲି ଡାକ୍ତର । ଖବର ପ୍ରସାରଣ ପରେ ଗାଏବ ହୋଇଗଲେ ନକଲି ଡାକ୍ତର

କନକ ବ୍ୟୁରୋ : ସୁନ୍ଦରଗଡ ନୂଆ ଗାଁ ଡାକ୍ତରଖାନାରେ କାମ କରୁଥିବା ନକଲି ଡାକ୍ତରଙ୍କ ବିରୋଧରେ ତଦନ୍ତ କରାଯାଇ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଦେଇଛନ୍ତି ସିଡିଏମଓ । ସେ କହିଛନ୍ତି ଏହି ନକଲି ଡାକ୍ତରଙ୍କ ବିରୋଧରେ ସବିଶେଷ ପ୍ରମାଣକୁ ଅପେକ୍ଷା ରହିଛି । ପ୍ରମାଣ ମିଳିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୁନ୍ଦରଗଡ ନୂଆ ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନକଲି ଡାକ୍ତର ପଦ୍ମନାଭ ମୁଖୀ କରୱାଙ୍କ ବିରୋଧରେ ସିଡିଏମଓ ମୁଖ୍ୟତଃ ୩ଟି ଦିଗ ଉପରେ ତଦନ୍ତ ଆରମ୍ଭ କରିଛନ୍ତି ।
• ଏହି ଡାକ୍ତର ଜଣଙ୍କ ବିଧିବଧ ଭାବେ ଡାକ୍ତରୀ ପାସ କରିଛନ୍ତି ନା ନାହିଁ
• ଇଣ୍ଡିଆନ ମେଡିକାଲ କାଉନସିଲରେ ୨୦୦୨ରୁ ୨୦୦୩ ମଧ୍ୟରେ ପଞ୍ଜିକୃତ ଡାକ୍ତରଙ୍କ ତାଲିକାରେ ତାଙ୍କ ନାଁ ଅଛି ନା ନାହିଁ
• ୨୦୦୩ରେ ବିହାର ମେଡିକାଲ କାଉନସିଲରେ ପଞ୍ଜିକୃତ ଡାକ୍ତରଙ୍କ ତାଲିକାରେ ପଦ୍ମନାଭଙ୍କ ନାଁ ଅଛି ନା ନାହିଁ ।
ଏହି ତଥ୍ୟ ପାଇବା ପାଇଁ ଇଣ୍ଡିଆନ ମେଡିକାଲ କାଉନସିଲ ଏବଂ ଏବଂ ବିହାର ମେଡିକାଲ କାଉନସିଲ ପାଖକୁ ଚିଠି ଲେଖିଛନ୍ତି ସିଡିଏମଓ

ପୂର୍ବରୁ ଏହି ଡାକ୍ତର ଜଣଙ୍କ ଆଉ କେଉଁ କେଉଁ ସ୍ଥାନରେ ଡାକ୍ତରୀ କାମ କରିଛନ୍ତି ସେ ସମ୍ପର୍କିତ ପ୍ରମାଣକୁ ଅପେକ୍ଷା କରାଯାଇଛି । ସେସବୁ ପ୍ରମାଣ ମିଳିବା ପରେ ଏହି ନକଲି ଡାକ୍ତର କୁହାଯାଉଥିବା ପଦ୍ମନାଭଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିଡିଏମଓ ।

ସେହିପରି ହାଇଟେକ ମେଡିକାଲ କର୍ତୃପକ୍ଷ କହିଛନ୍ତି ଯେ, ସେ ପଦ୍ମନାଭ ମୁଖୀ ଜଣେ ଠକ ବୋଲି ଜଣାପଡିବା ପରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ନ ହେବା ଏବଂ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଥିବା ଜାଣିବା ପରେ ସେ ଆଶ୍ଚର୍ଯ୍ୟଚକିତ ଥିବା କହିଛନ୍ତି । ଗତ ସାଢେ ତିନି ବର୍ଷ ଧରି ପଦ୍ମନାଭ ଡାକ୍ତର ଭାବେ ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପଦ୍ମନାଭ ମୁଖୀ କରୱା ନାମକ ନକଲି ଡାକ୍ତରଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ଏପରିକି ସେ ଆଉ ରୋଗୀ ଦେଖିବାକୁ ଡାକ୍ତରଖାନା ଆସୁନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe