କନକ ବ୍ୟୁରୋ : କଟକରେ ବଢୁଛି ନକଲି ସାମଗ୍ରୀର ପ୍ରାଦୁର୍ଭାବ । ନକଲି ଘିଅ ଏବଂ ନକଲି ତେଲ ପରେ ଏବେ ସାମ୍ନାକୁ ଆସିଛି ନକଲି ସିମେଣ୍ଟ । କଟକ ଜଗତପୁରରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିବା ସହ ଅନ୍ୟ ୪ ଜଣଙ୍କୁ ପଚରାଉରା କରିଛି ।
ପୁଲିସ୍ ସୂଚନା ଅନୁଯାୟୀ ଏହି ନକଲି ସିମେଣ୍ଟ କାରଖାନାରେ ନକଲି ସିମେଂଟ ତିଆରି କରାଯାଇ ଅସଲି ବ୍ରାଣ୍ଡ ପ୍ୟାକେଟରେ ଏସବୁ ବଜାରକୁ ପଠାଯାଉଥିଲା । ଏହି କାରଖାନାରୁ ସିମେଂଟ କଟକ, ପାରାଦୀପ ଓ ଜଗତସିଂହପୁର ଅଂଚଳକୁ ପଠାଯାଉଥିଲା । ଏବେ ଏହି ନକଲି କାରବାରର ମୁଳରେ ପହଂଚିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/duplicate-cement-factory_1485718226.jpeg)