ଦେଶର ସବୁଠାରୁ ବଡ ଡାକ୍ତରଖାନାର ପରିଚୟ ପ୍ରାପ୍ତ କରିଥିବା ଦିଲ୍ଲୀର ଏମ୍ସ ହସ୍ପିଟାଲରେ ନକଲୀ ଡାକ୍ତରଙ୍କ ବେଶରେ ବୁଲୁଥିବା ଜଣେ ଯୁବକଙ୍କୁ ପୋଲିିସ୍ ଗିରଫ କରିଛି । ସୁଚନାଯୋଗ୍ୟ ଯେ ଉକ୍ତ ଯୁବକ ଜଣକ ହସ୍ପିଟାଲର କର୍ମଚାରୀମାନଙ୍କୁ ପ୍ରାୟ ୬ ମାସ ହେଲାଣି ଭୁଆଁ ବୁଲାଇ ଆସୁଥିଲେ । ଯୁବକ ଜଣକ ବିହାରରୁ ବୋଲି ସୁଚନା ମିଳୁଥିବାବେଳେ ଏବେ ସେ ଦିଲ୍ଲୀର ଜାମିଆ ନଗରଠାରେ ରହୁଛନ୍ତି । ୧୯ ବର୍ଷୀୟ ଅଦନାନ୍ ଖୁରମ୍ ନିଜକୁ ଏମ୍ସର ଡାକ୍ତର ବୋଲି ପରିଚୟ ଦେବା ସହ ସନ୍ଦେହ ଘେରକୁ ନଆସିବା ପାଇଁ ଡାକ୍ତରମାନେ ଧରୁଥିବା ଡାଏରୀକୁ ସବୁବେଳେ ଧରି ବୁଲୁଥିଲା । କେବଳ ଏତିକି ନୁହେଁ ଅନ୍ୟ ଡାକ୍ତରଙ୍କ ସହ ପରିଚୟ ହେବା ସହ ରୋଗୀଙ୍କ ଚିକିତ୍ସା କରିବାରେ ମଧ୍ୟ ଅଦନାନ୍ ନିଜ ପରାକାଷ୍ଠା ଦେଖାଇଥିଲା । ପୋଲିସ୍ ଏହି ଅଭିଯୁକ୍ତକୁ ଗିରଫ କରିବା ପରେ ସତ ଆଗକୁ ଆସିଥିଲା । ଅଭିଯୁକ୍ତଙ୍କ ଭଉଣୀ ରକ୍ତ କର୍କଟ ରୋଗରେ ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସା ପାଇଁ ଯେଭଳି କମ୍ ଅର୍ଥ ଖର୍ଚ୍ଚ ହୋଇପାରିବ ଏହାକୁ ଆଖି ଆଗରେ ରଖି ଯୁବକ ଜଣକ ଏଭଳି ଏକ ଉପାୟ ବାହାର କରିଥିଲେ । ନିଜର ଅସଲ ପରିଚୟ ଗୁପ୍ତ ରଖି ନକଲି ପରିଚୟ ଦେବା ସହ ସେ ଜଣେ ଡାକ୍ତରର ପରିଚୟ ମଧ୍ୟ ଦେଇଥିଲା । ଏମ୍ସ ଡାକ୍ତର ଆସୋସିଏସନଙ୍କ କହିବାନୁସାରେ ଅଦନାନ୍ ଡାକ୍ତରଖାନାରେ ଥିବା ସମୟରେ ବହୁ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିବା ସହ ଡାକ୍ତର ରାଲିରେ ମଧ୍ୟ ନଜର ଆସିଥିଲେ ।
ପୋଲିସ୍ ରିପୋର୍ଟ ଅନୁଯାୟୀ, ଅଦନାନଙ୍କୁ ଯେତେବେଳେ ଜେରା କରାଯାଉଥିଲା ସେ ପ୍ରଥମେ ଜଣେ ରୋଗିଣା ଭଉଣୀର ଚିକିତ୍ସା ସକାଶେ ଏଭଳି କାମ କରିଥିବା କଥା କହିଥିବା ବେଳେ ଦ୍ୱିତୀୟଥର ଡାକ୍ତରୀ ପେସାକୁ ଭଲପାଇବା ଏବଂ ରୋଗୀ ସେବା କରିବାକୁ ଇଚ୍ଛୁକ ଥିବା କଥା ପୋଲିସ୍ ଆଗରେ ପ୍ରକାଶ କରିଥିଲେ । ଏମିତିକି ଡାକ୍ତରୀ ଡାଏରୀରେ ମଧ୍ୟ ଖୁରମଙ୍କ ନାଁ ଲେଖା ଯାଇଥିଲା । ଆରଡିଏ ଅଧ୍ୟକ୍ଷ ହରଜିତ୍ ସିଂହଙ୍କୁ ଖୁରମଙ୍କ ଉପରେ ପ୍ରଥମ ସନ୍ଦେହ ଆସିଥିଲା । କ୍ୟାମ୍ପସରେ ଏପଟେସେପଟେ ବୁଲୁଥିବା ସମୟରେ ସେ ସିଂହଙ୍କ ନଜରକୁ ଆସିଥିଲା । ସିଂହଙ୍କ କହିବାନୁସାରେ ଖୁରମ୍ ସବୁବେଳେ ଲାବ୍ କୋର୍ଟ ପିନ୍ଧି ବେକରେ ଷ୍ଟେଥୋଷ୍କୋପ୍ ଝୁଲାଇ ରଖୁଥିଲା । ଏମ୍ସରେ ପ୍ରାୟ ୨ ହଜାର ରେସିଡେଣ୍ଟ ଡାକ୍ତରଙ୍କ ମଧ୍ୟରେ ଡାକ୍ତର ବେଶ ଧରି ବୁଲିବା ଦ୍ୱାରା ତାଙ୍କୁ ଚିହ୍ନିବାରେ ଅସୁବିଧା ଉପୁଜିଥିଲା । କିନ୍ତୁ ଶନିବାର ଏକ ମାରାଥନରେ ବରିଷ୍ଠ ଡାକ୍ତର ଯେତେବେଳେ ଅଦନାନକୁ ପରିଚୟ ମାଗିଥିଲେ ସେ କିଛି କହି ପାରି ନଥିଲା ଏବଂ ଡାକ୍ତରୀଟିମ୍ ପୋଲିସକୁ ଡକାଇ ଅଭିଯୁକ୍ତକୁ ଗିରଫ କରାଇଥିଲେ ।
ଧରାପଡିଲେ ଆଉ ଜଣେ ମୁନ୍ନା ଭାଇ ଏମବିବିଏସ୍ ! ଗତ ୬ ମାସ ଧରି ଡାକ୍ତର ବେଶରେ ଲୋକଙ୍କୁ ଭୁଆଁ ବୁଲାଉଥିଲେ ।
/kanak/media/post_attachments/wp-content/uploads/2018/04/Screen-shot-2018-04-17-at-11.18.54-AM.png)