କନକ ବ୍ୟୁରୋ: ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ । ଭଦ୍ରକ ପୁରୁଣାବଜାର ଥାନା ଅଂଚଳରେ ଥିବା ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ ଠାବ । କାରଖାନାରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ୨ଟି ମେସିନ, ପାଉଚ, ଡବା ମସଲା, କ୍ୟାମିକାଲ, ସେଂଟ ଆଦି ଜବତ କରାଯିବା ସହ ଜଣକୁ ଗିରଫ କରିଛି ପୁଲିସ । ବିଭିନ୍ନ ନାମୀ ଦାମୀ କଂପାନୀର ବିଶେଷ କରି ଗୋପାଳ, ଶିବ, ବାବା ଆଦି ବ୍ରାଣ୍ଡର ନକଲି ଜର୍ଦ୍ଦା ତିଆରି ହେଉଥିଲା ।
ଏହାଛଡା ରୋଷେଇରେ ବ୍ୟବହୃତ ବିଭିନ୍ନ ବ୍ରାଣ୍ଡର ମସାଲା ତିଆରି କରାଯାଇ ବାହାରକୁ ଚାଲାଣ କରାଯାଉଥିଲା । ପୁରୁଣାବଜାର ଥାନା ଅଂଚଳର ସେକ୍ ସୁପାଙ୍କ ଘରେ ଦୀର୍ଘଦିନରୁ ନକଲି ଜର୍ଦ୍ଦା କାରବାର ଚାଲି ଆସୁଥିଲା । କୌଣସି ସୂତ୍ରରୁ ଖବର ପାଇ ପୁରୁଣାବଜାର ଆଇଆଇସି ଗଣେଶ ପ୍ରଧାନଙ୍କ ନେତୃତ୍ୱରେ ଚଢାଉ କରି ବିପୁଳ ନକଲି ଜର୍ଦ୍ଦା ଜବତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/3-22.jpg)