କନକ ବ୍ୟୁରୋ: ମହଙ୍ଗା ପଡିଲା ନକଲି ସୁନା ଶଙ୍ଖ କାରବାର । ଦୁଇ ଜଣଙ୍କୁ ବାନ୍ଧିଲା ଉମରକୋଟ ଥାନା ପୁଲିସ । ନକଲି ସୁନା ଶଙ୍ଖ ବିକ୍ରି କରି ୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ୨ ଅଭିଯୁକ୍ତ ହେଲେ ଉମରକୋଟ ଥାନା କାନାକୋଟ ଗାଁର ସୁରେନ୍ଦ୍ର ହରିଜନ ଓ  ଡାବୁଗାଁ ଥାନା କଇଗାଁର ବଳରାମ ପନାକା ।

Advertisment

ତାମିଲନାଡୁର ଜଣେ ବ୍ୟକ୍ତିଙ୍କୁ ଦୁହେଁ ନକଲି ସୁନା ଶଙ୍ଖ ବକ୍ରିି କରି ୮ ଲକ୍ଷ ନେଇଥିଲେ । ତେବେ ଏହା ସୁନା ନୁହେଁ ପିତଳ ବୋଲି ଜାଣିବା ପରେ ବ୍ୟକ୍ତି ଜଣଙ୍କ ଗତ ୧୧ ତାରିଖରେ ଉମରକୋଟ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ଟ୍ରାକ୍ କରି ସେମାନଙ୍କୁ ଗିରଫ କରିଥିଲା । ଉଭୟଙ୍କଠାରୁ ୨ ଲକ୍ଷ ୬୮ ହଜାର ଟଙ୍କା ଓ ୪ କେଜି ୧୭୦ ଗ୍ରାମ ଓଜନର ନକଲି ଶଙ୍ଖ ଜବତ କରଛି । ଘଟଣାରେ ଆଉ କିଛି ଯୁବକ ସାମିଲ ଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ।