କନକ ବ୍ୟୁରୋ : ରାସ୍ତା କାମ ପାଇଁ ରାସ୍ତାରୋକ୍ । ଜାତୀୟ ରାଜପଥ ପ୍ରଶସ୍ତିକରଣର ଅବହେଳା ପ୍ରତିବାଦରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିରେ ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବରଗଡ଼ ବୋରିଗୁମ୍ମା ରାସ୍ତାର ଡଙ୍ଗୁରୁପାଲି ଠାରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସଚେତନ ନାଗରିକ କମିଟିର ସଦସ୍ୟ । ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Advertisment

ଡୁଙ୍ଗୁରିପାଲି ଅଞ୍ଚଳର ଚିନାଜୁରୀ ଠାରୁ ଚେରୁପାଳି ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସଚେତନ ନାଗରିକ କମିଟି ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲେ ବି ରାସ୍ତା କାମ ନହେବାରୁ ଏହି ଆନ୍ଦୋଳନ ହୋଇଛି । ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।