ଡଙ୍ଗରିଆ ମହିଳାଙ୍କୁ ରୋଜଗାର ଦେଉଛି ସିଆଳି ପତ୍ର। ବଣ ପାହାଡ଼ରୁ ସିଆଳି ପତ୍ର ସଂଗ୍ରହ କରି ବଜାରରେ କରୁଛନ୍ତି ବିକ୍ରି

ଡଙ୍ଗରିଆ ମହିଳାଙ୍କୁ ରୋଜଗାର ଦେଉଛି ସିଆଳି ପତ୍ର। ବଣ ପାହାଡ଼ରୁ ସିଆଳି ପତ୍ର ସଂଗ୍ରହ କରି ବଜାରରେ କରୁଛନ୍ତି ବିକ୍ରି

କନକ ବ୍ୟୁରୋ: ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ବଣ୍ଡା ଜନଜାତି ନିଜର ଜୀବନ ଜୀବିକା ପାଇଁ ନିୟମଗିରି ପାହାଡ଼ ଉପରେ ନିର୍ଭର କରନ୍ତି । ଅତି ସରଳ ଏମାନଙ୍କ ଜୀବନଶୈଳୀ । ପାହାଡ଼ରେ ଥିବା ସିଆଳି ପତ୍ର ତୋଳି ଏମାନେ ଜୀବିକାନିର୍ବାହ କରନ୍ତି । ପ୍ରତିଦିନ ସକାଳ ହେବା ମାତ୍ରେ ପରିବାର ଚଳାଇବା ପାଇଁ ଏମାନଙ୍କୁ ଜଙ୍ଗଲକୁ ଯିବାକୁ ପଡ଼ିଥାଏ । ଅକ୍ଳାନ୍ତ ପରିଶ୍ରମ କରି ଜଙ୍ଗଲରୁ ପତ୍ର ସଂଗ୍ରହ କରନ୍ତି । ହେଲେ ପରିଶ୍ରମ ଅନୁସାରେ ସେମାନଙ୍କୁ ମିଳୁନି ଉଚିତ୍ ମୂଲ୍ୟ । ୧୦ରୁ ୧୫ଟି ପତ୍ର ଥିବା ଗୋଟିଏ ଗୋଟିଏ ବିଡ଼ାକୁ ଏମାନେ ମାତ୍ର ୧ ଟଙ୍କା ଦାମରେ ବିକ୍ରି କରନ୍ତି । ଦୁଇରୁ ତିନିଦିନ ପତ୍ର ତୋଳିବା ପରେ ସେଗୁଡିକୁ ବିଡ଼ା ବାନ୍ଧି ସେଗୁଡିକୁ ମୁଣ୍ଡରେ ବୋହି ମୁନିଗୁଡ଼ା ବଜାରରେ ବିକ୍ରି କରନ୍ତି । ଦୁଇ ଶହରୁ ତିନିଶହ ଟଙ୍କା ପ୍ରର୍ଯ୍ୟନ୍ତ ରୋଜଗାର କରିଥାନ୍ତି । ଆଉ ସେହି ଟଙ୍କାରେ ଚାଲେ ସପ୍ତାହର ତେଲ ଲୁଣର ସଂସାର ।

ଡଙ୍ଗରିଆଙ୍କ ଠାରୁ ବ୍ୟବସାୟୀମାନେ ପତ୍ର କିଣି ନେଇ ଖଲିପତ୍ର ତିଆରି କରନ୍ତି । ଆଉ ଭଲ ରୋଜଗାର କରନ୍ତି । ଦିନକୁ ଦିନ ଦରଦାମ୍ ବୃଦ୍ଧି ହେଉଥିବା ବେଳେ ସିଆଳି ପତ୍ର ଦାମ୍ ବଢ଼ୁନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଡଙ୍ଗରିଆ । ଦିନଯାକ ପରିଶ୍ରମ ପରେ ମଧ୍ୟ ଏମାନଙ୍କୁ ୧୦୦ ଟଙ୍କାର ମୂଲ୍ୟ ମିଳୁନାହିଁ । ଯାହା ଫଳରେ ଏମାନଙ୍କ ଜୀବନ ଧାରଣାରେ ଉନ୍ନତି ଆସିପାରୁନାହିଁ ।

ଡଙ୍ଗରିଆଙ୍କ ଉନ୍ନତି ପାଇଁ ସରକାରଙ୍କ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଜରିଆରେ ଅନେକ ଯୋଜନା ପ୍ରଣୟନ କରାଯାଇଛି । ତେବେ ସିଆଳି ପତ୍ରର ଖଲି ନିର୍ମାଣ ପାଇଁ ମେସିନ ଠାରୁ ଆରମ୍ଭ କରି ତାଲିମ ଓ ବଜାର ସୃଷ୍ଟି ଭଳି ସମସ୍ତ ଅନୁସଙ୍ଗିକ ସହଯୋଗ କରାଯିବ ବୋଲି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ ସ୍ପଷ୍ଟ କରାଯାଇଛି । ହେଲେ ଉପଯୁକ୍ତ ଲୋକଙ୍କ ପାଖରେ ପହଞ୍ଚି ପାରୁନି ଏହି ସବୁ ବ୍ୟବସ୍ଥା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe