ରାସ୍ତା କଡରେ ଗଦା ହୋଇଛି କୁଢ କୁଢ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ, ରାଜଧାନୀବାସୀ ହନ୍ତସନ୍ତ

330

କନକ ବ୍ୟୁରୋ : ରାସ୍ତା କଡରେ ଗଦା ହୋଇଛି କୁଢ କୁଢ ଅଳିଆ ଆବର୍ଜନା । ଆଉ ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ସ୍ୱଚ୍ଛତାକୁ ନେଇ ପୁରସ୍କୃତ ହୋଇଥିବା ସହରରେ ଦ୍ରୁ୍ଗନ୍ଧ ପାଇଁ ଅତିଷ୍ଠ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ସହର ଭିତରେ ଗାଡକଣ ଡ଼ମ୍ପିଂୟାର୍ଡ଼ର ର୍ଦୁଗନ୍ଧ କାରଣରୁ ହନ୍ତସନ୍ତ ହେଉଥିଲେ ସହରବାସି । ହେଲେ ଭୁବନେଶ୍ୱରର ଅନେକ ସ୍ଥାନରେ ଏହିଭଳି ଛୋଟ ଛୋଟ ଅସ୍ଥାୟୀ ଅଳିଆ ଗଦା ଦେଖିବାକୁ ମିଳିଛି, ଯାହା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇଛି ।

କେବଳ ବରମୁଣ୍ଡା-ଖଣ୍ଡଗିରି ରାସ୍ତା ନୁହେଁ ନୁହେଁ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଭଳି ଅଳିଆ ଗଦା ଦେଖିବାକୁ ମିଳିଛି । ଗାଡକଣରେ ପଡୁଥିବା ଭୁବନେଶ୍ୱରର ଅଳିଆ ଆବର୍ଜନାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ଯତିକି ଅଳିଆ ଆବର୍ଜନାର ପ୍ରକ୍ରିୟାକରଣ ହେଉଛି, ସେତିକି ଆବର୍ଜନା ଆସି ଜମା ହେଉଛି । ଡ଼ମ୍ପିଂୟାର୍ଡ଼କୁ ସଂପୂର୍ଣ୍ଣ ଭାବେ ଉଠାଇବାକୁ ବିଏମସିର ଯୋଜନା ଫେଲ ମାରିଛି ।

ସ୍ୱଚ୍ଛ ସର୍ବେକ୍ଷଣରେ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ୪ର୍ଥ ସ୍ଥାନରେ ରହିଥିଲା । ୧ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ସହରରେ ଭୁବନେଶ୍ୱର ୩୪ତମ ସ୍ଥାନରେ ଥିଲା । କିନ୍ତୁ ସହରରେ ଅଳିଆ ଆବର୍ଜନାକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ବିଏମସିର ପାରିବାରପଣିଆ ଉପରେ ପ୍ରଶ୍ନ ଉଠାଇଛି ।