କନକ ବ୍ୟୁରୋ : ବୋହୂକୁ ଶଶୁର ଘର ଲୋକଙ୍କ ମାଡ ଅଭିଯୋଗ । ଏହି ଘଟଣା ଘଟିଛି ଭୁବନେଶ୍ୱରର ଡୁମୁଡୁମା ଅଂଚଳରେ । ଗଂଜାମ ବୁଗୁଡା ଅଂଚଳର ବିଷ୍ଣୁପ୍ରିୟା ଗୌଡ ୪ ମାସ ତଳେ ଡୁମାଡୁମା ଅଂଚଳର ହାଇଦର ଅଲ୍ଲୀଙ୍କୁ ବାହା ହୋଇଥିଲେ । ବିଷ୍ଣୁପ୍ରିୟାଙ୍କ କହିବା ଅନୁସାରେ, ନିଜ ସ୍ୱାମୀ ଅନ୍ୟ ଜାଗାରେ ବାହାହେଉଥିବା ଜାଣି ସେ ସ୍ୱାମୀଙ୍କ ଘରକୁ ଯାଇଥିଲେ ।
କିନ୍ତୁ ସେଠାରେ ଶଶୁର, ଦେଢଶୁର ତାଙ୍କୁ ନିର୍ଦ୍ଧୁମ ମାଡ ମାରିଥିବା ଅଭିଯୋଗ ହୋଇଛି । ଆଉ ମାଡ ମାରିଥିବା ଦୃଶ୍ୟକୁ ଜଣେ ଯୁବକ ନିଜ ଭିଡିଓରେ କଏଦ କରିଥିଲେ । ଘଟଣା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ପୋଲିସ ଶୁଣୁନଥିବା ଅଭିଯୋଗ କରିଛନ୍ତି ବିଷ୍ଣୁପ୍ରିୟା ଗୌଡ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/2.jpg)