ଭୁବନେଶ୍ୱର ଡୁମଡୁମାକୁ କଂଟେନମେଂଟ ଜୋନ ଘୋଷଣା କଲା ବିଏମସି: ସୁବାସ ନଗର ବସ୍ତିରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଠୋର ହେଲା କଟକଣା

ଚିହ୍ନିତ ଅଂଚଳରେ ବନ୍ଦ ରହିବା ଦୋକାନ ବଜାର । ଅଫିସରେ ପଡିବ ତାଲା, ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇଦେବ ବିଏମସି

650

କନକ ବ୍ୟୁରୋ: ଭୁବନେଶ୍ୱର ଡୁମଡୁମାକୁ କଂଟେନମେଂଟ ଜୋନ ଘୋଷଣା କଲା ବିଏମସି । ଡୁମଡୁମା ସୁବାସ ନଗର ବସ୍ତିରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଠୋର ହେଲା କଟକଣା । ନିର୍ଦ୍ଧିଷ୍ଟ ଅଂଚଳକୁ ଅବରୋଧ ଅଂଚଳ ଘୋଷଣା କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଜାତୀୟ ରାଜପଥ କଡ ହନୁମାନ ମନ୍ଦିର ଠାରୁ ଶନ ମନ୍ଦିର ଦେଇ ପ୍ଲଟ ନମ୍ବର ୩୭୩ ଓ ପ୍ଲଟ ନମ୍ବର ୩୨୩ ଯାଏଁ କଟକଣା ।

ସେହିପରି ପ୍ଲଟ ନମ୍ବର ୩୭୩ ଓ ପ୍ଲଟ ନମ୍ବର ୩୨୩ରୁ ପ୍ଲଟ ନମ୍ବର ୨୬୧ ଓ ୨୫୮ ଯାଏଁ କଟକଣା ଲଗାଇଛି ବିଏମସି । ପ୍ଲଟ ନମ୍ବର ୨୬୧ ଓ ୨୫୮ରୁ ପୁଣି ଶନି ମନ୍ଦିର ଦେଇ ଜାତୀୟ ରାଜପଥ କଡରେ ଥିବା ହନୁମାନ ମନ୍ଦିର ଦେଇ ଶନି ମନ୍ଦିର ଓ ଦିନ ବନ୍ଧୁ ଫେୟାର ପ୍ରାଇସ୍ ଦୋକାନ ଯାଏଁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଚିହ୍ନିତ ଅଂଚଳ ମଧ୍ୟରେ ସମସ୍ତ ଦୋକାନ ବଜାର ଏବଂ ସରକାର ଓ ବେସରକାରୀ ଅଫିସ ବନ୍ଦ ରହିବ । ଏଠାରେ ରହୁଥିବା ଲୋକଙ୍କୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି । ସେହପରି ବାହାର ଲୋକ ମଧ୍ୟ ଏହି ଅଂଚଳକୁ ପ୍ରବେଶ କରିପାରିବେ ନାହିଁ । ବିଏମସି ପକ୍ଷରୁ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇ ଦିଆଯିବ ।