ପଶ୍ଚିମାଝଡ ଯୋଗୁ କିଛି ସ୍ଥାନରେ ପବନ ସହ ହେଲା ପ୍ରବଳ ବର୍ଷା। କାଲିମେଳାରେ ଗଛ ପଡି ଭାଙ୍ଗିଲା ଘରର କାନ୍ଥ ।

ପଶ୍ଚିମାଝଡ ଯୋଗୁ କିଛି ସ୍ଥାନରେ ପବନ ସହ ହେଲା ପ୍ରବଳ ବର୍ଷା। କାଲିମେଳାରେ ଗଛ ପଡି ଭାଙ୍ଗିଲା ଘରର କାନ୍ଥ ।

କନକ ବ୍ୟୁରୋ: ପଶ୍ଚିମାଝଡ଼ ଯୋଗୁ ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । କାଲିମେଳା ବ୍ଲକର ଏମପିଭି-୪୧ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୩୦ରୁ ଅଧିକ ଘର ଭାଙ୍ଗିରୁଜି ଯାଇଥିବା ବେଳେ କାନ୍ଥ ପହି ୩ଜଣ ଆହତ ହୋଇଛନ୍ତି । ଗତକାଲି ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଝଡ ପବନ ଯୋଗୁ ଏହି ଘଟଣା ଘଟିଥିଲା ।

ପବନରେ ଗଛ ପଡି ଘର ଦ୍ୱାର ଭାଙ୍ଗିରୁଜି ଯାଇଛି । କିଛି ଲୋକେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏବେ ବି ପବନ ଜାରି ରହିଥିବା ବେଳେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ତଦାରଖ କରିଛନ୍ତି । ସମ୍ପୂର୍ଣ୍ଣ ତଦାରଖ ସରିଲା ପରେ କ୍ଷୟକ୍ଷତି ଆକଳନ କରାଯାଇ ଯାହା କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ତହସିଲଦାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe