କନକ ବ୍ୟୁରୋ: ପଶ୍ଚିମାଝଡ଼ ଯୋଗୁ ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । କାଲିମେଳା ବ୍ଲକର ଏମପିଭି-୪୧ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୩୦ରୁ ଅଧିକ ଘର ଭାଙ୍ଗିରୁଜି ଯାଇଥିବା ବେଳେ କାନ୍ଥ ପହି ୩ଜଣ ଆହତ ହୋଇଛନ୍ତି । ଗତକାଲି ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଝଡ ପବନ ଯୋଗୁ ଏହି ଘଟଣା ଘଟିଥିଲା ।
ପବନରେ ଗଛ ପଡି ଘର ଦ୍ୱାର ଭାଙ୍ଗିରୁଜି ଯାଇଛି । କିଛି ଲୋକେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏବେ ବି ପବନ ଜାରି ରହିଥିବା ବେଳେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ତଦାରଖ କରିଛନ୍ତି । ସମ୍ପୂର୍ଣ୍ଣ ତଦାରଖ ସରିଲା ପରେ କ୍ଷୟକ୍ଷତି ଆକଳନ କରାଯାଇ ଯାହା କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ତହସିଲଦାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/6pm-2-3.jpg)