କନକ ବ୍ୟୁରୋ: କଇଁଛ ଋତୁ ପାଇଁ ଆରମ୍ଭ ହୋଇଛି କଟକଣା । କଇଁଛ ମାନଙ୍କ ଏବେ ଅଣ୍ଡା ଦାନ ସମୟ । କଇଁଛଙ୍କ ଏନ୍ତୁଡିଶାଳ କୁହଯାଉଥିବା ଗହୀର ମଥାରେ ଏବେ ସେମାନଙ୍କ ସୁରକ୍ଷା ଉପରେ ଦିଆଯାଇଛି ଗୁରୁତ୍ୱ । ଗହୀରମଥା ସମେତ ଧାମରା ମୁହାଁଣରୁ ଦେବୀ ମୁହାଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ ଲାଗିଛି କଟକଣା । ନଭେମ୍ବର ୧ ତାରିଖରୁ ମଇ ମାସ ୩୧ ତାରିଖ ଯାଏଁ ୭ ମାସ ଧରି ମାଛଧରିବାରୁ ନେଇ ବୋଟ୍, ଭୁଟୁଭୁଟ ଓ ଟ୍ରଲର ଚଳାଚଳ ଉପରେ ଏହି କଟକଣା ଜାରି କରାଯାଇଛି । ଏହାସହ ବନବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୋଲିସ୍, ମସ୍ୟବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ ବ୍ୟବସ୍ଥା ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗହୀରମଥା ଭଳି ଦେବୀ ଋଷିକୁଲ୍ୟା ଓ ବରୁଣେଇ ମୁହାଣରେ ମଧ୍ୟ କଇଁଛଙ୍କ ପାଇଁ କଟକଣା ଲାଗିଛି । କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର କୂଳଠାରୁ ୨୦କିଲୋମିଟର ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଚାଲିପରିବ ନାହିଁ । ଏପରିକି ସମୁଦ୍ରରୁ ମାଛ ମାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ସେପଟେ ଏହି ସବୁ କଟକଣା ଯୋଗୁ ମତ୍ସ୍ୟଜୀବୀଙ୍କ ଚିନ୍ତା ବଢିଯାଇଛି ।
ତେବେ କୂଳକୁ କଇଁଛ ମାନେ ଅଣ୍ଡା ଦେବାକୁ ଆସିଯାଇଥିବା ବେଳେ ଏହିଭଳି ସବୁ କଟକଣା ସହ ବନ ବିଭାଗର କଡା ନଜର ମଧ୍ୟ ରହିଛି ।