ବିଜେପି ନେତାଙ୍କ ଅଜବ ଯୁକ୍ତି: କହିଲେ ତାଲିବାନ୍ ଯୋଗୁଁ ଭାରତରେ ବଢୁଛି ତୈଳ ଓ ରନ୍ଧନ ଗ୍ୟାସ୍ ଦର

Advertisment
ବିଜେପି ନେତାଙ୍କ ଅଜବ ଯୁକ୍ତି: କହିଲେ ତାଲିବାନ୍ ଯୋଗୁଁ ଭାରତରେ ବଢୁଛି ତୈଳ ଓ ରନ୍ଧନ ଗ୍ୟାସ୍ ଦର

କନକ ବ୍ୟୁରୋ: ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ୍ ର ବର୍ଦ୍ଧିତ ଦର ଉପରେ ପ୍ରଶ୍ନ ଉଠିବାରେ ବିଜେପି ନେତା ବାଢିଛନ୍ତି ଅଜବ ଯୁକ୍ତି । ଆଉ କିଛି ଉତ୍ତର ନପାଇ ସିଧା ତାଲିବାନ ନାଁ ନେଇ କହିଲେ ତାଲିବାନ୍ ପାଇଁ ବଢୁଛି ରନ୍ଧନ ଗ୍ୟାସ ଓ ତୈଲ ଦର ।
ଆଫଗାନିସ୍ତାନ ସଙ୍କଟ ଓ ତାଲିବାନ୍ ଯୋଗୁଁ ଭାରତରେ ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲ ଦର ବୃଦ୍ଧି ଘଟିଛି । କର୍ଣ୍ଣାଟକର ହୁବଲି ପଶ୍ଚିମ ଧରୱାଦ ଆସନର ବିଜେପି ବିଧାୟକ ଅରବିନ୍ଦ ବେଲାଦ୍ ଏଭଳି ଅଜବ ଯୁକ୍ତିି ବାଢିଛନ୍ତି । ତାଲିବାନ୍ ସଙ୍କଟ ଯୋଗୁଁ ସାଉଦି ଆରବ , ଇରାକ୍ , ଓ ୟୁନାଇଟେଡ୍ ଆରବ ଏମିରେଟ୍ସ, ନାଇଜେରିଆ, କାନାଡା ଓ ଆମେରିକାରୁ ଅଶୋଧିତ ତୈଳ ଭାରତରେ ପହଂଚିବାରେ ସମସ୍ୟା ସୃଷ୍ଟି ହୋଇଛି । ଦେଶରେ ସଚେତନ ନାଗରିକ ଏହା ହୃଦୟଙ୍ଗମ କରୁଥିବାରୁ ଦର ବୃଦ୍ଧିର ପ୍ରତିବାଦ କରୁନାହାଁନ୍ତି ବୋଲି ବେଲାଦ୍ କହିଛନ୍ତି । ଏହି ଅସଙ୍ଗତ ମନ୍ତବ୍ୟ ପାଇଁ ବିଭିନ୍ନ ମହଲରେ ବେଲାଦଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।publive-imageସୂଚନା ମୁତାବକ, ସାରା ବିଶ୍ୱରେ ତୈଳ ଆମଦାନି କରିବାରେ ଭାରତ ତୃତୀୟ ସ୍ଥାନରେ ରହିଛି । କିନ୍ତୁ ଆଫଗାନିସ୍ତାନ ଠାରୁ ତୈଳ ଆମଦାନୀ କରିବାର କୌଣସି ସୂଚନା ନାହିଁ । ଗଣ ମାଧ୍ୟମ ରିପୋର୍ଟ ମୁତାବକ, ୨୦୨୧ ଜୁଲାଇ ପର୍ଯ୍ୟନ୍ତ ଭାରତକୁ ଅଶୋଧିତ ତୈଳ ବିକ୍ରି କରିବା କାଲିକାରେ ଇରାକ୍, ସାଉଦି ଆରବ, ୟୁନାଇଟେଡ୍ ଆରବ ଏମିରେଟ୍ସ, ଆମେରିକା ଓ କାନାଡାର ନାଁ ରହିଛି । ଆଫଗାନିସ୍ତାନ ସ୍ଥିତି ତୈଳ ଓ ଗ୍ୟାସ୍ର ଦରକୁ ପ୍ରଭାବିତ କରିବାର କ୍ଷମତା ରଖୁଥିଲେ ବି ଏଯାଏଁ ଏପ୍ରକାର କୌଣସି ପ୍ରଭାବ ସ୍ପଷ୍ଟ ହୋଇନାହିଁ । ଏପରି ସ୍ଥିତିରେ ତୈଳ ଓ ଗ୍ୟାସର ଦର ବୃଦ୍ଧି ପାଇଁ ନେତା ମହୋଦୟ ତାଲିବାନ ଉପରେ କିପରି ଦୋଷ ଲଦିଦେଲେ ବୋଲି ବିଭିନ୍ନ ମହଲରେ ର୍ଚ୍ଚା ହେଉଛି ।
ବିରୋଧରୀଙ୍କ କହିବା କଥା, ସରକାର ନିଜକୁ ବଂଚାଇବାକୁ ଯାଇ କିଛି ବି କହିଦେଉଛନ୍ତି ଯାହା ଆଦୌ ଗ୍ରହଣୀୟ ନୁହେଁ । ଏନେଇ ପୂର୍ବରୁ ମଧ୍ୟ ସଂସଦରେ ପ୍ରଶ୍ନ ଉଠିଥିଲା । ଜବାବ୍ ଦେବାକୁ ଦେବାକୁ ଯାଇ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହିଥିଲେ ଯେ, କଂଗ୍ରେସ ନେତୃତ୍ୱାଧିନ ସରକାର ଦ୍ୱାରା ଜାରି ହୋଇଥିବା ତୈଳ ବ୍ୟାଣ୍ଡର ଦରକୁ ଏବେ ମୋଦୀ ସରକାର ବହନ କରୁଛି ।ଏହାର ପ୍ରତ୍ୟୁତ୍ତରରେ ରାହୁଲ ଗାନ୍ଧି କହିଥିଲେ ଉପା ସରକାର ଶାସନ କାଳରେ ଏଲପିଜି ସିଲିଣ୍ଡର ୪୧୦ରୁ ୮୮୫ ଟଙ୍କା ମଧ୍ୟରେ ଥିଲା । କିନ୍ତୁ ଏବେ ସିଲିଣ୍ଡର ପିଛା ୧୧୬ ଟଙ୍କା ବୃଦ୍ଧି ହୋଇଛି । ୨୦୧୪ ପରେ ପେଟ୍ରୋଲ , ଡିଜେଲରେ ୫୫ ପ୍ରତିଶତ ବୃଦ୍ଧି ହୋଇଥିବା ରାହୁଲ ଅଭିଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe