ଏମିତି କଣ ଥିଲା ଏହି ପୁସ୍ତକରେ ! ଯାହାକୁ ପଢିବା ମାତ୍ରେ କୋମାକୁ ଚାଲିଗଲେ ଏହି ବ୍ୟକ୍ତି ।

57

ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବହି ପଢିବାକୁ ଭଲ ପାଇଥାନ୍ତି । ଏହା ସହ ବିଭିନ୍ନ ପ୍ରକାର ବହି କଲେକସନ କରିଥାନ୍ତି ଏବଂ ତାକୁ ଘର ଆଲମାରି କିମ୍ବା ସିନ୍ଦୁକରେ ସାଇତି ରଖିଥାନ୍ତି । କିନ୍ତୁ ଏହା ମଧ୍ୟରେ ଅନେକ ବହି ପଢି ହୋଇନଥାଏ ଏବଂ ବର୍ଷ ବର୍ଷ ଧରି ସେମିତି ପଡି ରହିଥାଏ । ଠିକ ଏହିପରି ଏକ ପୁସ୍ତକକୁ ପଢି ଜଣେ ବ୍ୟକ୍ତି କୋମାକୁ ଚାଲିଯାଇଥିଲେ । ଏହି ବହିକୁ ପଢିବା ପରେ ବ୍ୟକ୍ତି ଜଣଙ୍କ ମୃତ୍ୟୁ ମୁଖକୁ ଚାଲିଯାଇଥିଲେ ଏବଂ ବହୁ କଷ୍ଟରେ ତାଙ୍କ ଜୀବନ ବଞ୍ଚିପାରିଛି ।

ତେବେ ତାହା କେଉଁ ବହି ଥିଲା ଏବଂ କଣ ଏମିତି ସେଥିରେ ଥିଲା ତାକୁ ନେଇ ସୃଷ୍ଟି ହୋଇଥିଲା ଅନେକ ପ୍ରଶ୍ନ । ତେବେ ଏଠାରେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କୁହାଯାଉଛି ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଇଂଲଣ୍ଡର ଜଣେ ନାମୀ ଲେଖକ ମାର୍ଟିନ ଗ୍ରୀନବୁଡ । ଯିଏକି ପୁରୁଣା ବହି ପଢିବା ଚକ୍କରରେ କୋମାକୁ ଚାଲିଯାଇଥିଲେ । ତେବେ ସେ ଯେଉଁ ବହିଟି ପଢୁଥିଲେ ତାହା ତାଙ୍କ ଦାଦା ପର୍ସି ମ୍ୟାକମେନଙ୍କର ବହି ଥିଲା ।

ପର୍ସି ମ୍ୟାକମେନ ଥିଲେ ଜଣେ ଜଣାଶୁଣା ଆର୍ଟିଷ୍ଟ ଏବଂ ଏଣ୍ଟରଟ୍ରେନର ଥିଲେ । ମାର୍ଟିନ ତାଙ୍କ ନାତି ଥିଲେ ଏବଂ ସେ ତାଙ୍କ ଦାଦାଙ୍କ ଉପରେ ବାୟୋଗ୍ରାଫି ଲେଖୁଥିଲେ । ତାଙ୍କର ଏହି ରିସର୍ଚ୍ଚ ସମୟରେ ସେ ପୁରୁଣା ଡକ୍ୟୁମେଣ୍ଟସ ଏବଂ ପୁସ୍ତକକୁ ସମ୍ଭାଳି ରଖିଥିଲେ । ସେଥି ମଧ୍ୟରୁ ଏକ ପୁସ୍ତକକୁ ପଢିବା ସମୟରେ ଏପରି ଘଟଣା ଘଟିଥିଲା । ତେବେ ବାସ୍ତବରେ ଏହା ଗତ ୧୦୦ ବର୍ଷରୁ ବନ୍ଦ ହୋଇ ପଡିଥିଲା । ଯାହା ଦ୍ୱାରା ଏଥିରେ ବୀଜାଣୁ ସୃଷ୍ଟି ହୋଇଯାଇଥିଲେ । ମାର୍ଟିନ ପୁସ୍ତକ ଖୋଲିବା ସମୟରେ ଏହା ତାଙ୍କ ନାକ ଦେଇ ଫୁସଫୁସ ପର୍ଯ୍ୟନ୍ତ ଚାଲିଯାଇଥିଲା । ଆଉ ଏଥିପାଇଁ ସେ କୋମାକୁ ଯିବା ସହ ମୃତ୍ୟୁମୁଖକୁ ଚାଲିଯାଇଥିଲେ । ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା ଏବଂ ତାଙ୍କୁ ଅସ୍ତମା ଆଟାକ ଆସିଥିଲା । ଦୀର୍ଘ ୧୧ ଦିନ ଧରି ସେ ଆଇସିୟୁରେ ଥିଲେ ।

ମାର୍ଟିନଙ୍କ ସହ ଘଟିଥିବା ଏହି ଘଟଣାରୁ ଅନେକ କଥା ଶିଖିବାକୁ ମିଳିଛି । କେତେକ ଲୋକ ପୁସ୍ତକ କିମ୍ବା ଫୋଟକୁ ଆଲମାରିରେ କିମ୍ବା କୌଣସି ପେଟିରେ ରଖି ଭୁଲିଯାଇଥାନ୍ତି । ଏମିତି ବନ୍ଦ ହୋଇ ରହିବା ଦ୍ୱାରା ସେଥିରେ ବୀଜାଣୁ ହୋଇଯାଇଥାନ୍ତି । ଏବଂ ସେମାନଙ୍କ ସମ୍ପର୍କରେ ଆସିବା କେତେ ବିପଦଜନକ ହୋଇଥାଏ ତାହା ମାର୍ଟିନଙ୍କ ସହ ହୋଇଥିବା ଘଟଣାରୁ ଜଣାପଡୁଛି ।