କନକ ବ୍ୟୁରୋ: ଚଳିତ ବର୍ଷ ଝାରସୁଗୁଡାରେ ହେବ ନାହିଁ ରାବଣ ପୋଡି । ରାବଣ ପୋଡିକୁ ନେଇ ବିବାଦ ଉପୁଜିବା ପରେ ଥାନାରେ ପହଞ୍ଚିଥିଲା ମାମଲା । ଥାନା ଓ ଜିଲ୍ଲା ପ୍ରଶାସନ ପାଖରେ ରାବଣପାଡି ବିବାଦ ପହଞ୍ଚିବା ପରେ ରାବଣ ପୋଡି ପାଇଁ କୌଣସି ପୂଜାକମିଟିକୁ ଅନୁମତି ଦେଲାନାହିଁ ପ୍ରଶାସନ ।

Advertisment

ଝାରସୁଗୁଡ଼ା ସହରାଞ୍ଚଳରେ ମୁଖ୍ୟତଃ ଦୁଇଟି ସ୍ଥାନରେ ରାବଣ ପୋଡି ହୋଇଥାଏ । ମନମୋହନ ଏମଇ ସ୍କୁଲ ପଡ଼ିଆରେ ହେଉଥିବା ରାବଣ ପୋଡ଼ି ଭିନ୍ନଭିନ୍ନ କାରଣରୁ ଚର୍ଚ୍ଚାର ଶୀର୍ଷରେ ରହିଛି । ପୂର୍ବରୁ ଏହାକୁ ନେଇ ପୋଷ୍ଟର, ହୋର୍ଡିଂ ୱାରରେ କଥା ସୀମିତ ଥିଲା । ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ଫଟୋ ଥିବା ପୋଷ୍ଟର ଓ ହୋର୍ଡିଂ ପ୍ରଦର୍ଶିତ କରାଯାଇଥିଲା । ମନମୋହନ ଏମଇସ୍କୁଲ ପଡ଼ିଆରେ ବିଜୟା ଦଶମୀରେ ରାବଣ ପୋଡି କରିବା ପାଇଁ ବିଧାୟିକା ଦୁଇ ଜଣ ଭିନ୍ନ ଭିନ୍ନ ସମୟରେ ଆସିବେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିଲା । ସନ୍ଧ୍ୟା ୭ଟା ଓ ସାଢ଼େ ୬ଟାରେ ଦୁଇ ଜଣ ବିଧାୟିକା ଉପସ୍ଥିତ ରହି ରାବଣ ପୋଡି କରିବେ ବୋଲି ଉଳ୍ଲେଖ କରାଯାଇଥିଲା । ଏହାକୁ ନେଇ ବିବାଦ ଦାନା ବାନ୍ଧୁଥିବା ବେଳେ ରାବଣପୋଡି ପାଇଁ ଅନୁମତି ପ୍ରଦାନ କରିନାହିଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ।