କନକ ବ୍ୟୁରୋ : କରୋନା ଆଳରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଯେମିତି ଆଖି ବୁଜି ଦେଇଛି ଶିକ୍ଷା ବିଭାଗ । ପ୍ରଥମେ ୧୪ରୁ ସପ୍ତମ ଶ୍ରେଣୀ ଯାଏଁ ଖୋଲିବାକୁ ଘୋଷଣା ହୋଇଥିଲା । ପରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଇ ୨୮ରେ ସ୍କୁଲ ଖୋଲିବା ପାଇଁ ପୁଣି ଏକ ନିର୍ଦ୍ଦେଶ ନାମା ଜାରି ହେଲା । ହେଲେ ଶିକ୍ଷା ବିଭାଗର ଏହି ଚିଠିରୁ ଦୂର ଦୃଷ୍ଟିର ଘୋର ଅଭାବ ଥିବା ଜଣାପଡ଼ୁଛି । ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ।

Advertisment

ଆଗାମୀ ୨୮ ତାରିଖରେ ଭୋଟ ଗଣତି ହେବ । ଶିକ୍ଷକମାନେ ନିର୍ବାଚନ କାମରେ ନିୟୋଜିତ ଥିବାରୁ ୨୮ ପୂର୍ବରୁ ସ୍କୁଲକୁ ଫେରିବା ନେଇ ସନ୍ଦେହ ରହିଛି । ସେପଟେ ବ୍ଲକ ହେଡକ୍ୱାଟରରେ ଭୋଟ ଗଣତି ହେବାକୁ ଥିବାରୁ ପୁଲିସ କର୍ମଚାରୀ, ଗଣତି କାମରେ ନିୟୋଜିତ କର୍ମଚାରୀ ନିକଟସ୍ଥ ସ୍କୁଲରେ ରହିଥିବେ । ଏଭିଳି ସ୍ଥତିରେ ପିଲାଙ୍କ ପାଠପଢ଼ା କିଭଳି ୨୮ରୁ ଆରମ୍ଭ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । ମାର୍ଚ୍ଚ ୧ ତାରିଖରେ ଶିବରାତ୍ରୀ ଯୋଗୁଁ ସ୍କୁଲ ଛୁଟି ରହିବ ।

୫ ତାରିଖରେୀ ପଂଚାୟତିରାଜ ଦିବସ ଏବଂ ୬ରେ ରବିବାର ଏଭଳି ସ୍ଥିତିରେ ସରକାରୀ ସ୍କୁଲ ପିଲାଙ୍କ ପାଠପଢ଼ା ଆରମ୍ଭ ହେଉ ହେଉ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ହୋଇପାରେ । ଏପଟେ ଘରୋଇ ସ୍କୁଲଗୁଡ଼ିକ ମଧ୍ୟ ୧୪ରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ଖୋଲିବାକୁ ଦ୍ୱଦ୍ୱରେ ରହିଛନ୍ତି ।