କନକ ବ୍ୟୁରୋ: ‘ଭତ୍ତା ଦିଅ, ନହେଲେ ବିଷ ପିଇବି’ । ୪ ସାସ ହେଲା ଭତ୍ତା ନମିଳିବାରୁ ବିଷ ବୋତଲ ଧରି ଧାରଣାରେ ବସିଲେ ହିତାଧିକାରୀ । ଭତ୍ତା ଦିଅ ନହେଲେ ବିଷ ପିଇ ଜୀବନ ହାରିବି ବୋଲି ଚେତାବନୀ ଦେଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ସଡଙ୍ଗ ପଞ୍ଚାୟତର ବୃଦ୍ଧ ଦାଶରଥୀ ଜେନା । ଗତ କିଛି ମାସ ହେଲା ଭତ୍ତା ନମିଳିବାରୁ ବିଷ ବୋତଲ ଧରି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବା ଚର୍ଚ୍ଚାର ବିଷୟ ହୋଇଛି ।

Advertisment

ଦାଶରଥୀ ଅନେକ ଥର ବ୍ଳକ ଓ ବ୍ୟାଙ୍କ କାର୍ଯ୍ୟାଳୟ ଯାଇ ନିରାଶ ହେବା ପରେ ଗତକାଲି ପଞ୍ଚାୟତ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ସଡ଼ଙ୍ଗ ପଞ୍ଚାୟତରେ ୪୦ରୁ ଉଦ୍ଧ୍ୱର୍ ଲୋକ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ପୂର୍ବରୁ ଲୋକେ ନିୟମିତ ଭତ୍ତା ପାଉଥିଲେ । ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ଜମା କରିବା ପରେ ସମସ୍ୟା ଆରମ୍ଭ ହୋଇଛି । ଏବେ ୪ ମାସ ହେଲା ସେମାନଙ୍କୁ ଭତ୍ତା ମିଳୁନାହିଁ । ଏଥିପାଇଁ ୨୦ରୁ ଅଧିକ ହିତାଧିକାରୀ ପଞ୍ଚାୟତ ସମ୍ମୁଖରେ ବସି ରହିଥିଲେ । ଅନ୍ୟପଟେ ଏ ସମ୍ପର୍କରେ ବିଡ଼ିଓଙ୍କୁ ଅବଗତ କରାଯାଇଥିବା କହିଛନ୍ତି ସରପଞ୍ଚ ।