କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଧର୍ମଗଡକୁ ଦୀର୍ଘ ବର୍ଷ ଧରି ଜୁନାଗଡ଼ ଠାରୁ ଧର୍ମଗଡ ପର୍ଯ୍ୟନ୍ତ ରେଲୱେ ଲାଇନ ସମ୍ପ୍ରସାରଣ ପାଇଁ ଅଞ୍ଚଳବାସୀ ଦାବି କରିଆସୁଛନ୍ତି । ଏପରିକି ତତ୍କାଳୀନ ସାଂସଦ ବସନ୍ତ କୁମାର ପଣ୍ଡା ଓ ବର୍ତ୍ତମାନର ସାଂସଦ ମାଳବିକା ଦେବୀ ସଂସଦରେ ଏହି ଦାବି ଉଲ୍ଲେଖ କରିଥିଲେ ବି ପୁଣିଥରେ ଧର୍ମଗଡକୁ ରେଲୱେ ଲାଇନ ସମ୍ପ୍ରସାରଣ ନ ହେବାରୁ ଅଞ୍ଚଳରେ ନିରାଶ ଦେଖାଦେଇଛି ।

Advertisment

ଧୂଳିସାତ୍ ହୋଛି ଦୀର୍ଘଦିନର ଆଶା । ଉପେକ୍ଷା କରାଯାଇଥବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଧର୍ମଗଡ଼ବାସୀ । କଳାହାଣ୍ଡି ଜୁନାଗଡ଼ ରୋଡ଼ରୁ ନବରଙ୍ଗପୁର ପର୍ଯ୍ୟନ୍ତ ରେଲୱେ ଲାଇନ ସମ୍ପ୍ରସାରଣ ହେବ ବୋଲି ଘୋଷଣା ହୋଇଥିଲା । ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ ପ୍ରକଳ୍ପ ଅନିଶ୍ଚିତତା ଘେର.ରେ ରହିଛି । କଳାହାଣ୍ଡି ସାଂସଦ ମଧ୍ୟ ରେଲୱେ ଲାଇନ ସମ୍ପ୍ରସାରଣ ପାଇଁ ଦାବି କରିଥିଲେ। ଜୁନାଗଡ଼ରୁ ନବରଙ୍ଗପୁର ଯାଏଁ ରେଲୱେ ଲାଇନ ପାଇଁ ଘୋଷଣା ହେଲା, କିନ୍ତୁ ଏହି ଲାଇନରେ ଧର୍ମଗଡ ଅଞ୍ଚଳ ସାମିଲ ହେଲାନି । ଯାହା ବୈମାତୃକ ମନୋଭାବ କହି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଦୀର୍ଘ ଦିନ ପରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼କୁ ରେଳ ଲାଇନ ସଂଯୋଗୀକରଣ ହୋଇଥିଲା । ବର୍ତ୍ତମାନ ଜୁନାଗଡ଼ରୁ ଅମ୍ବାଗୁଡାକୁ ରେଳ ଲାଇନ ସଂଯୋଗ ପାଇଁ ସର୍ଭେ କରାଯାଇଛି । ପଡୋଶୀ ଜିଲ୍ଲା ନୂଆପଡା, ନବରଙ୍ଗପୁର ଜିଲ୍ଲାରୁ ଧର୍ମଗଡ଼ ଆସିବାକୁ ହେଲେ ଜୁନାଗଡ଼ ଦେଇ ଆସିବାକୁ ପଡେ । ଯଦି ଧର୍ମଗଡ ଯାଏଁ ରେଲୱେ ଲାଇନ ସମ୍ପ୍ରସାରଣ ହୁଏ ଧର୍ମଗଡ ଏକ ଜଙ୍କସନର ପରିଣତ ହୋଇପାରିବ । ଜୁନାଗଡ଼ଠାରୁ ରେଳ ସମ୍ପ୍ରସାରଣ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିବା ବେଳେ ଏହା ଖୁବଶୀଘ୍ର ପୂରଣ କରାଯିବା ଜରୁରୀ ହୋଇପଡିଛି ।