କନକ ବ୍ୟୁରୋ: ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା ହେଉଛି । କିନ୍ତୁ ଜଳସେଚନ ଅଭାବରୁ ହଜାର ହଜାର ଏକର ଜମିରେ ଧାନ ଫସଲ ନଷ୍ଟ ହେବାକୁ ବସିଛି । ପାଣି ଅଭାବରୁ ବନ୍ୟା ପ୍ରପୀଡିତ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଡାଳୁଅ ଧାନ ଚାଷ ଉଜୁଡି ଯିବାର ଆଶଙ୍କା କରିଛନ୍ତି ଚାଷୀ । ବ୍ଲକର ବଳିଆପଡା, ଗାଣ୍ଡପଡା ଓ ବେଳା ଗାଁରେ ଜମିରେ ଧାନ ଗଛ ଝାଉଁଳି ଗଲାଣି । ପାଣି ଅଭାବରୁ ବିଲ ଫାଟି ଆଁ କରିଛି ।

Advertisment
  • ଧୋକା ଦେଲା କେନାଲ
  • ପାଣି ବିନା ବିଲ ଫାଟି ଆଁ

କଣାସ ମାଇନର କେନାଲକୁ ଭରସା କରି ଡାଳୁଅ ଧାନ ଚାଷ କରିଛନ୍ତି ଚାଷୀ । ହାତ ଉଧାରି କରି ବୀଣା ଏଗାର, ସମ୍ରାଟ, ସିନ୍ଧୁ ଭଳି ଅନେକ ପ୍ରକାର ଧାନ ବିହନ ବୁଣିଛନ୍ତି । ଧାନ ଅମଳ କରି ବିକିଲେ ଦୁଇ ପଇସା ରୋଜଗାର ହେବ ବୋଲି ଆଶା ରଖିଛନ୍ତି । ହେଲେ ରକ୍ଷାଣବେକ୍ଷଣ ଅଭାବରୁ କେନାଲ ପୋତି ହୋଇଗଲାଣି । ଚାଷୀଙ୍କ ଜମିରେ ପାଣିି ପହଂଚି ପାରୁନଥିବାରୁ ଚାଷୀଙ୍କ ଆଶା ମଉଳି ଯାଉଛି ।