ବର୍ଷା ଅଭାବରୁ ଉଜୁଡି ଗଲା ଚାଷ । ବର୍ଷକ ଦାନା ପାଇଁ ଘୋର ଚିନ୍ତାରେ ଗୁଣୁପୁର ଚାଷୀ ।

94

କନକ ବ୍ୟୁରୋ: ବର୍ଷା ଅଭାବରୁ ଉଜୁଡି ଗଲା ଚାଷ । ଚିନ୍ତାରେ ରାୟଗଡ଼ା ଗୁଣୁପୁର ଅଞ୍ଚଳର ଚାଷୀ । ଧାର କରଜ କରି ଚାଷୀ ହେକ୍ଟର ହେକ୍ଟର ଜମିରେ ଚାଷ କରିଥିଲା ଚାଷୀ । ଗୁଣୁପୁର ବ୍ଲକର ୩ ହଜାର ୫୯୭ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ହେଲେ ବର୍ଷା ନଥିବାରୁ ଧାନ ଗଛ ସବୁ ନଡା ପାଲଟି ଗଲାଣି । ଯାହାକୁ ଚାଷୀଙ୍କ ଚିନ୍ତା ବଢିଛି । କିପରି ପରିବାର ପ୍ରତିପୋଷଣ କରିବେ, ସେନେଇ ଚିନ୍ତାରେ ପଡିଛନ୍ତି । ସରକାର ସହାୟତା କରିବା ପାଇଁ ଚାଷୀ ନିବେଦନ କରିଛନ୍ତି । ଜିଲ୍ଲା କୃଷି ଅଧିକାରୀ କହିଛନ୍ତି, ଗ୍ରାଉଣ୍ଡକୁ ଯାଇ ତଥ୍ୟ ସଂଗ୍ରହ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।