କନକ ବ୍ୟୁରୋ: ପରିବା ବିକିବାକୁ ଠେଲା ଗାଡି ଧରି ଯାଉଛନ୍ତି । ହେଲେ ମୁଣ୍ଡରେ ହେଲମେଟ୍ । କାଳେ ପୋଲିସ ଚାଲାଣ କାଟିବ, ସେହି ଭୟରେ କାହାଠୁ ମାଗିଆଣି ହେଲମେଟ୍ ପିନ୍ଧିଛନ୍ତି ପରିବା ବିକାଳି । ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ଏକ ମାର୍କେଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ହଜାର ହଜାର ୟୁଜର୍ସ ଲାଇକ୍ କରିଛନ୍ତି ।
ପ୍ରକୃତ କଥା ହେଉଛି ଏବେ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ହେଲମେଟ ବ୍ୟବହାରକୁ ନେଇ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଏହାସହ ବିଭିନ୍ନ ସ୍ଥାନରେ ହେଲେମେଟ ଚେକିଙ୍ଗ ମଧ୍ୟ ଚାଲିଛି । ଏହାକୁ ଦେଖି ଠେଲା ଗାଡିରେ ପରିବା ବିକୁଥିବା ଯୁବକ ଜଣକ ପୁରା ଛାନିଆଁ । ଆଗରେ ଗାଡି ଚାଳକଙ୍କ ହେଲେମେଟ ଚେକିଙ୍ଗ ଦେଖି ଡରିଯାଇଥିଲେ । କାଳେ ତାଙ୍କଠାରୁ ବି ଜରିମାନା ଆଦାୟ ହେବ ତେଣୁ ବିକଳରେ ହେଲମେଟ୍ ପିନ୍ଧିପକାଇଲେ ।
ଏହି ଭିଡିଓ ସୁବେଦାର ଭାଗୱନ୍ତ ପ୍ରସାଦ ପାଣ୍ଡେ ସେୟାର କରିଛନ୍ତି । ସେଠାରେ ଥିବା କିଛି ଯୁବକ ତାଙ୍କୁ ବୁଝାସୁଝା କରିବା ପରେ ପରିବା ବେପାରୀ ହେଲମେଟ କାଢିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/27-5.jpg)