କରୋନା ପାଇଁ ପୁଣି ଚୀନରେ ଲାଗିଲାଣି କଡ଼ା କଟକଣା: ଦିନକରେ ୨୮ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

153

କନକ ବ୍ୟୁରୋ: ଚୀନରେ ପୁଣି କାୟା ମେଲାଉଛି କରୋନା । ରାଜଧାନୀ ବେଜିଂରେ ଦୁଇ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ଦୈନିକ ସଂକ୍ରମଣ ସଂଖ୍ୟା ୨୮ ହଜାର ୧୨୮ରେ ପହଂଚିଛି । ସେହିପରି ମଙ୍ଗଳବାର ଦୁଇଗୁଣା ବୃଦ୍ଧି ପାଇଛି । ବ୍ରେଜିଂରେ କରୋନାରେ ତିନିଜଣଙ୍କ ମୃତ୍ୟୁ ଘଟିଛି । ୬ ମାସ ପରେ ପ୍ରଥମ ଥର ପାଇଁ ସପ୍ତାହକରେ ତିନିଜଣଙ୍କ ମୃତ୍ୟୁ ହୋଇଛି, ଯାହା ଚିନ୍ତାର ବିଷୟ ପାଲଟିଛି । ସେପଟେ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଚୀନର ବିଭିନ୍ନ ସ୍ଥାନରେ ଲାଗୁ ହୋଇଛି ଲକ୍ଡାଉନ ବ୍ୟବସ୍ଥା । ଏଥିସହ ସାମୂହିକ ପରୀକ୍ଷା ଏବଂ ସଙ୍ଗରୋଧ ବ୍ୟବସ୍ଥା ମଧ୍ୟ ପୁଣି ଥରେ ଲାଗୁ ହୋଇଛି । ରାଜଧାନୀ ବେଜିଂର ବିଭିନ୍ନ ସପିଂ ମଲ, ସଂଗ୍ରାହଳୟ, ଓ ପାର୍କ ଉପରେ କଟକଣା ଲାଗିଛି । ସେହିପରି ସ୍କୁଲ ଗୁଡିକରେ ଅନଲାଇନ୍ ପାଠପଢା ଆରମ୍ଭ ହୋଇଛି । କିଛି ଦିନ ତଳେ ଚୀନରେ ସଂକ୍ରମଣ ବଢୁଥିବାରୁ ସେଠାକାର ସରକାର କଡା କଟକଣା ଜାରି କରିଥିଲା,ଯାହାକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।