କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ସହ ଲାଗୁ ହୋଇସାରିଛି ଆଦର୍ଶ ଆଚରଣ ବିଧି । ଆଉ ଏହା ସହ ଲୋୟର ପିଏମଜି ବି ଶାନ୍ତ ପଡ଼ିଯାଇଛି । ଧାରଣା, ପ୍ରତିବାଦ ଓ ନାରାବାଜିରେ କମ୍ପୁଥିବା ଗାନ୍ଧୀମାର୍ଗରୁ ଭାଙ୍ଗୁଛି ଭିଡ । ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ବସିଥିବା ଆନ୍ଦୋଳନକାରୀ ଘରକୁ ଫେରିଛନ୍ତି ।
ଆଉ ଏହାରି ଭିତରେ ହାତ ଗଣତି ଆନ୍ଦୋଳନକାରୀ ଧାରଣାରେ ବସିଛନ୍ତି । ନୂଆ ସରକାର ଗଠନ ହେବା ଯାଏଁ ଧାରଣାରେ ବସି ରହିବେ ବୋଲି କହିଛନ୍ତି । ଅନ୍ୟପଟେ ଆନ୍ଦୋଳନକାରୀଙ୍କ ଭିଡ଼ ଉପରେ ନିର୍ଭର କରୁଥିବା ଛୋଟ ଛୋଟ ବ୍ୟବସାୟୀ ଚାହିଁ ବସିଛନ୍ତି ଆସନ୍ତା ଆନ୍ଦୋଳନକୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/14-14.jpg)