ଜଣେ ଆଲଜିରିଆ ପ୍ରବାସୀ ମୁସଲମାନ ବ୍ଯକ୍ତି ଦ୍ଵାରା ଆକ୍ରମଣରେ ଏକ ଛୋଟ ପିଲା ସମେତ ୫ ଜଣ ଗୁରୁତର ଆହତ ହୋଇଥିଲେ । ତା ପରଠାରୁ ଆୟର୍ଲାଣ୍ଡର ରାଜଧାନୀ ଡବଲିନ୍ ଦଙ୍ଗାରେ ଆରମ୍ଭ ହେଇଯାଇଛି ।  ନଭେମ୍ବର ୨୩ ରୁ ଏଠାରେ ବିଭିନ୍ନ ସ୍ଥାନରେ ହିଂସା ଆରମ୍ଭ ହେଉଛି ।  ହୋଟେଲ ଏବଂ ରେଷ୍ଟୁରାଣ୍ଟର କବାଟ ଝରକା ସବୁ ଭାଙ୍ଗି ଦିଆଯାଇଛି । | ଏକ ଡବଲ୍ ଡେକର୍ ବସ୍ କୁ ନିଆଁ ଲଗେଇ ଦିଆଯାଇଛି ।  ଏକ ମଲ୍ ରୁ ଲୁଟ୍ ହୋଇଥିଲା । ଦଙ୍ଗାକାରୀ ମାନେ ଏକ ପୋଲିସ କାରରେ ମଧ୍ୟ ନିଆଁ ଲଗେଇଦେଇଛନ୍ତି ।

Advertisment

ଏକ ଆନନ୍ଦପୂର୍ଣ ଏବଂ ସୁରକ୍ଷିତ ଜୀବନଶୈଳୀ ପାଇଁ ଆୟର୍ଲାଣ୍ଡ ହେଉଛି ପୃଥିବୀର ଅନ୍ୟତମ ଦେଶ । ଏଠାକାର ଲୋକମାନେ ଖୁବ ଶାନ୍ତିପ୍ରିୟ ।

ଏବେ ସେଠାକାର ଲୋକମାନେ ପ୍ରବାସୀ ମାନଙ୍କ ଉପରେ ଖୁବ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କୁ ବହିଷ୍କାର ଦାବିରେ ସେମାନେ  ହିଂସାତ୍ମକ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ଆୟରଲ୍ୟାଣ୍ଡର ରାଜଧାନୀ ଡବଲିନ୍ ର ଏକ ସ୍କୁଲ ବାହାରେ ଜଣେ ଆଲଜେରିଆ ପ୍ରବାସୀ ମୁସଲିମ ଦ୍ଵାରା ଛୁରୀ ଆକ୍ରମଣରେ ତିନି ଜଣ ଶିଶୁ ଏବଂ ଜଣେ ମହିଳା ଆହତ ହେବା ପରେ ସେଠାରେ ଦଙ୍ଗା ସୃଷ୍ଟି ହୋଇଛି । ଏବଂ ପ୍ରବାସୀ ମାନଙ୍କ ବିରୋଧରେ ହିଂସାତ୍ମକ ପ୍ରଦର୍ଶନ କରାଯାଉଛି । ଏହି ପ୍ରଦର୍ଶନ ହିଂସାତ୍ମକ ରୂପ ନେବାପରେ ପରେ ସେନାକୁ ଡକାଯାଇଛି ।

ବିଶେଷକରି ମଧ୍ୟ ପୂର୍ବରୁ ଆସୁଥିବା ପ୍ରବାସୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟରଲାଣ୍ଡ ନାଗରିକ ଦାବି କରିଛନ୍ତି । ଲୋକମାନେ କୁହନ୍ତି ଯେ ଆମେ ସେମାନଙ୍କୁ ଏଠାରେ ଆଶ୍ରୟ ଦେଇଥିଲୁ, ସେମାନଙ୍କୁ ଖାଦ୍ୟ ଦେଇଥିଲୁ ଏବଂ ଏହାର ପ୍ରତିବଦଳରେ ସେମାନେ ବର୍ତ୍ତମାନ ଆମ ଲୋକଙ୍କ ଜୀବନ ନେଉଛନ୍ତି ।

ସରକାର ଉପରେ ଲୋକେ ଅସନ୍ତୁଷ୍ଟ

ବିକ୍ଷୋଭକାରୀମାନେ କହିଛନ୍ତି ଯେ ଦୀର୍ଘ ଦିନ ଧରି ଏହି ପ୍ରବାସୀମାନଙ୍କ ପ୍ରତି ଧ୍ୟାନ ଦିଆଯାଇନଥିଲା ଏବଂ ସେମାନଙ୍କୁ ନିଜ ଇଚ୍ଛାନୁସାରେ ଚଳିବାର ସ୍ବାଧୀନତା  ଦିଆଯାଇଥିଲା । ଶରଣାର୍ଥୀ ମାନଙ୍କୁ ବହୁସଂଖ୍ୟାରେ ଥଇଥାନ କରାଯାଇଛି । ଦେଶର ଉଦାରବାଦୀ ସରକାର ବର୍ଷ ବର୍ଷ ଧରି ପ୍ରବାସୀମାନଙ୍କ ଦ୍ଵାରା ସୃଷ୍ଟି ହେଉଥିବା ସମସ୍ୟାକୁ ଅଣଦେଖା କରିଥିଲେ । ବର୍ତ୍ତମାନ ସେହି ଛୋଟ ଭୁଲଟି ଏବେ ସେଠାକାର ସରକାରଙ୍କ ତଣ୍ଟିରେ କଣ୍ଟା ହେଇ ଅଟକି ରହିଛି । ନା ଗିଳି ହେଉଛି ନା ବାହାର କରିହେଉଛି ।

publive-image

ବିରୋଧ ଧୀରେ ଧୀରେ ତୀବ୍ର ତଥା ହିଂସାତ୍ମକ ହୋଇପଡୁଛି ।

ପ୍ରବାସୀମାନଙ୍କ ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ପ୍ରବଳ କ୍ରୋଧ ରହିଛି । ଆଇରୀସ ନାଗରିକମାନେ ପ୍ରବାସୀ, ବେଆଇନ ଶରଣାର୍ଥୀ ଏବଂ  ବିଶେଷକରି ମଧ୍ୟ ପୂର୍ବରୁ ଆସୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଆରମ୍ଭ ହୋଇଥିବା ଏହି ବିରୋଧ ଏବେ ହିଂସାତ୍ମକ ରୂପ ନେଇଛି ।

ଜଣେ ଆଲଜେରିଆର ପ୍ରବାସୀ ମୁସଲମାନ ଦ୍ଵାରା ଛୁରୀ ଆକ୍ରମଣରେ ପାଞ୍ଚ ଜଣ (ତିନି ପିଲାଙ୍କ ସମେତ) ଗୁରୁତର ଆହତ ହେବା ପରେ ଆୟର୍ଲାଣ୍ଡରେ ଲୋକମାନେ  ଭୟଙ୍କର ପ୍ରତିକ୍ରିୟା କରିଛନ୍ତି । ଆୟର୍ଲାଣ୍ଡର ସ୍ଥାନୀୟ ଲୋକମାନେ ସହର ମଧ୍ୟରେ ଥିବା ଶରଣାର୍ଥୀ ଶିବିର ଏବଂ କେନ୍ଦ୍ର ଏବଂ ସେମାନଙ୍କ ବସ୍ ଜାଳିବା ଆରମ୍ଭ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ ଶିଶୁ ଓ ମହିଳାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଅବସ୍ଥା ଉପରେ ନଜର ରଖିଛନ୍ତି ।

ଆକ୍ରମଣକାରୀକୁ ପୋଲିସକୁ ଗିରଫ କରିଛି । ବର୍ତ୍ତମାନ ଆୟରଲ୍ୟାଣ୍ଡ ହିଂସାର ଶିକାର ହୋଇଛି। ରାଜଧାନୀ ଡବଲିନ୍ ମଧ୍ୟ ଦଙ୍ଗାର ଶିକାର ହୋଇଛି। ଗତ ୭୨ ଘଣ୍ଟା ଧରି ଅନେକ ସ୍ଥାନରେ ହିଂସା ଘଟୁଛି ।  ହୋଟେଲ, ରେଷ୍ଟୁରାଣ୍ଟ, ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟକୁ ଟାର୍ଗେଟ କରାଯାଇଛି । ଦଙ୍ଗାକାରୀମାନେ ଅନେକ ଗାଡି ଭାଙ୍ଗି ନିଆଁ ଲଗାଇ ଦେଇଛନ୍ତି । ଏକ ଡବଲ ଡେକର ବସ୍‌ରେ ନିଆଁ ଲଗେଇ ଦିଆଯାଇଛି । ଏକ ଦୋକାନରୁ ଲୁଟ୍ ହୋଇଥିଲା । ଏହି ସମୟରେ ପୋଲିସର କାରରେ ମଧ୍ୟ ନିଆଁ ଲଗେଇ ଦିଆଯାଇଛି ।