ଦୁବାଇ କୋର୍ଟ ଗୋଆର ଦୁଇଜଣ ବ୍ୟକ୍ତିଙ୍କ ଉପରେ ୫୦୦ ବର୍ଷର ଦଣ୍ଡ ବିଧାନ କରିଛି । ଏହି ଦୁଇ ଯୁବକ ହେଲେ ୩୭ ବର୍ଷୀୟ ସିଡନୀ ଲିମୋସ୍ ଏବଂ ତାଙ୍କ ଆକାଉଣ୍ଟ ସ୍ପେଶାଲିଷ୍ଟ୍ ୨୫ ବର୍ଷୀୟ ରିୟାନ୍ ଡି’ସୌଜା । ୨୦୦ ମିଲିୟନ୍ ଡଲାର ଘୋଟାଲା ଏବଂ ହଜାର ହଜାର ନିବେଶକଙ୍କୁ ଠକେଇ ମାମଲାରେ ଦୁହିଁଙ୍କୁ ଦୁବାଇ କୋର୍ଟ ୫୦୦-୫୦୦ ବର୍ଷର ଦଣ୍ଡ ବିଧାନ କରିଛି ।
ଲିମୋସ୍ ନିବେଶକଙ୍କୁ ପ୍ରଲୋଭନ ଦେଖାଇ କହିଥିଲେ ଯେ, ଯଦି ନିବେଶକର୍ତ୍ତା ତାଙ୍କ ପାଖରେ
୨୫,୦୦୦ ଡଲାର ଡିପୋସିଟ୍ କରୁଛନ୍ତି ତେବେ ସେମାନଙ୍କୁ ଏହାର ରିଟର୍ଣ୍ଣରେ ବାର୍ଷିକ ୧୨୦ ପ୍ରତିଶତ ଲାଭ ମିଳିବ । କେବଳ ଲିମୋସ୍ ନୁହଁ ଏହି ଘୋଟାଲାରେ ତାଙ୍କ ସ୍ତ୍ରୀ ବଲାନୀଙ୍କ ମଧ୍ୟ ହାତ ରହିଛି । ବଲାନୀଙ୍କ ନାଁରେ ମଧ୍ୟ କେସ୍ ରେଜିଷ୍ଟର କରାଯାଇଛି । ବେଆଇନ୍ ଭାବେ ସିଲ କୋଠରୀ ଭିତରକୁ ପ୍ରବେଶ କରିବା ଏବଂ ଦସ୍ତାବିଜକୁ ଜୋରଜବରଦସ୍ତ ନେବା ଆରୋପରେ ତାଙ୍କ ଉପରେ କେସ୍ କରାଯାଇଛି ।
ଗୋଆର ଲିମୋସଙ୍କୁ ସର୍ବପ୍ରଥମେ ୨୦୧୬ ମସିହାରେ ଗିରଫ କରାଯାଇଥିଲା । ପରେ ତାଙ୍କୁ ଜାମିନରେ ବାହାରକୁ ଅଣାଯାଇଥିଲା । ଗତବର୍ଷ ଜାନୁୟାରୀ ମାସରେ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା । ଅନ୍ୟପଟେ ସଜ୍ଜୋଲିନ ନିବାସୀ ରିୟାନଙ୍କୁ ଗତବର୍ଷ ଫେବୃୟାରୀରେ ଦୁବାଇ ଏୟାରପୋର୍ଟଠାରେ ଗିରଫ କରାଯାଇଥିଲା ।
ବିଦେଶରେ ଭାରତୀୟଙ୍କ ବଡ ଘୋଟାଲା ! ମିଳିିଲା ୫୦୦ ବର୍ଷ ଜେଲଦଣ୍ଡ ।
/kanak/media/post_attachments/wp-content/uploads/2018/04/na10-APR-Exential-Sydney-Lemos.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)