କନକ ବ୍ୟୁରୋ : ଦୁବାଇରେ ପୁଣି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ଦୁବାଇରେ ଭୟଙ୍କର ବର୍ଷା ହୋଇଥିଲା । ପ୍ରବଳ ବର୍ଷା କାରଣରୁ ଅନେକ ଧନଜୀବନ ନଷ୍ଟ ହୋଇଥିଲା । ବର୍ଷା ପାଣିରେ ରାସ୍ତାଘାଟ ସବୁ ବୁଡିଯାଇଥିଲା । କାର୍, ଗାଡି ସବୁ ଭାସୁଥିବାର ନଜର ଆସିଥିଲା । ଘରେ ପାଣି ପଶି ଅନେକ ଧନସମ୍ପତି ନଷ୍ଟା ହୋଇଥିଲା । ଏହି ଘଟଣାକୁ ଦିନ କେଇଟା ବିତିନଥିବା ବେଳେ ପୁଣି ଦୁବାଇରେ ବର୍ଷା ତାଣ୍ଡବ ରଚିଛି ।
ଆବୁଧାବୀ ଏବଂ ଦୁବାଇରେ ପ୍ରବଳ ବର୍ଷା କାରଣରୁ ବିମାନ ସେବାକୁ ରଦ୍ଦ କରାଯାଇଛି । ବସ ସେବା ମଧ୍ୟ ବନ୍ଦ ରହିଛି । ଦୁବାଇରୁ ବାଲି ଯାଉଥିବା ୫ଟି ବିମାନ ଉଡାଣକୁ ବାତିଲ କରାଯାଇଛି । ତେବେ ରାତି ପ୍ରାୟ ତିନିଟାରୁ ଭିଷଣ ବର୍ଷା ପବନ ଆରମ୍ଭ ହୋଇଥିଲା । ଠିକ୍ ୪ଟାରେ ପାଣିପାହ ବିଭାଗ ହାଇ ଆଲର୍ଟ ଜାରିକରିଥିଲା । ଭିଷଣ ବର୍ଷା ନେଇ ଲୋକଙ୍କୁ ସତର୍କ କରିଥିଲା ପାଣିପାଗ ବିଭାଗ । ଆଗାମୀ ୩ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ମିଳିଥିବା ରିପୋର୍ଟ ଆଧାରରେ ଆବୁଧାବୀର ବିଭିନ୍ନ ଅଞ୍ଚଳ ଭିଷଣ ବର୍ଷା କାରଣରୁ ଜଳମଗ୍ନ ହୋଇଯାଇଛି । ରାସ୍ତା ଘାଟ ସବୁକିଛି ପାଣିରେ ବୁଡିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/05/d.jpg)