ହସ୍ପିଟାଲରେ ଅସ୍ତ୍ରୋପଚାର ପୂର୍ବରୁ ରୋଗୀ ପ୍ରକାଶ କଲେ ନିଜ ଅନ୍ତିମ ଇଚ୍ଛା, ଖାଇବାକୁ ମାଗିଲେ ଚିକେନ୍ ବିରିୟାନୀ । ଜାଣନ୍ତୁ କାହିଁକି

Advertisment
ହସ୍ପିଟାଲରେ ଅସ୍ତ୍ରୋପଚାର ପୂର୍ବରୁ ରୋଗୀ ପ୍ରକାଶ କଲେ ନିଜ ଅନ୍ତିମ ଇଚ୍ଛା, ଖାଇବାକୁ ମାଗିଲେ ଚିକେନ୍ ବିରିୟାନୀ  । ଜାଣନ୍ତୁ କାହିଁକି

source : Newstm

ଦୁବାଇରେ ବସବାସ କରୁଥିବା ପେଟ କର୍କଟରେ ପୀଡିତ ଜଣେ ବ୍ୟକ୍ତି ଶେଷଥର ପାଇଁ ବିରିୟାନୀ ଖାଇବାକୁ ଇଚ୍ଛା କରିଥିଲେ। ହସପିଟାଲରେ ଏହି ବ୍ୟକ୍ତିଙ୍କ ଇଚ୍ଛାକୁ ପୁରଣ କରାଯିବା ପରେ ଜଟିଳ ଅସ୍ତ୍ରୋପଚାରକୁ ସଫଳତା ସହ ପୂରା କରାଯାଇଥିଲା।

ସୂଚନାଯୋଗ୍ୟ, ଇଞ୍ଜିନିୟର ଗୁଲାମ ଅବାସଙ୍କୁ ଗତ କିଛିଦିନ ହେବ ବାରମ୍ବାର ବାନ୍ତି ହେଉଥିଲା। ଅବାସଙ୍କ ଓଜନ ବି କ୍ରମଶଃ ହ୍ରାସ ହେବାରେ ଲାଗିଥିଲା। ତେଣୁ ଚିକିତ୍ସା ପାଇଁ ଅବାସ ରାସିଦ୍ ହସ୍ପିଟାଲରେ ପହଞ୍ଚିଥିଲା। ଏଠାରେ ଡାକ୍ତର ଅବାସ ଶରୀର ଯାଞ୍ଚ କରିବା ପରେ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ଅଛି ବୋଲି କହିଥିଲେ। ଅବାସ ପେଟରେ ଏକ ବଡ଼ ଧରଣର ଟ୍ୟୁମର ଥିବା ଟେଷ୍ଟ ରିପୋର୍ଟ ଡାକ୍ତର ପାଇଥିଲେ । ସେ କର୍କଟର ତୃତୀୟ ଷ୍ଟେଜରେ ପୀଡିତ ଥିଲେ। ଡାକ୍ତର ଅବାସକୁ ତତ୍କାଳୀନ ଅସ୍ତ୍ରୋପଚାର ନିର୍ଦ୍ଦେଶ ଦେଇ ପେଟରୁ ଟ୍ୟୁମରକୁ ବାହାର କରିଥିଲେ।

ତେବେ ଅସ୍ତ୍ରୋପଚାର ପରେ ଅବାସ ବିନା ପାକସ୍ଥଳୀରେ ବଞ୍ଚିବାକୁ ହେବ ଶୁଣି ଚିନ୍ତାରେ ପଡ଼ି ଯାଇଥିଲେ। କିଛି ସମୟ ପରେ ମନକୁ ଦୃଢ଼ କରି ସର୍ଜରୀ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ କିନ୍ତୁ ଏହା ପୂର୍ବରୁ ସେ ବିରିୟାନୀ ଖାଇବାର ଇଚ୍ଛା ରଖିଛନ୍ତି ବୋଲି ଡାକ୍ତରଙ୍କୁ କହିଥିଲେ। ଡାକ୍ତରଙ୍କ ଅନୁମତି କ୍ରମେ ତାଙ୍କ ପତ୍ନୀ ଘରୁ ବିରିୟାନୀ ପ୍ରସ୍ତୁତ କରି ସ୍ୱାମୀକୁ ଖାଇବାକୁ ଦେଇଥିଲେ।

ଡାକ୍ତରଙ୍କ କହିବାନୁସାରେ, ଏଭଳି ମାମଲାରେ total gastrectomy ଆବଶ୍ୟକ ପଡ଼ିଥାଏ। ଡାକ୍ତର ଅଲ୍ଲୀ ଖମ୍ମାସଙ୍କ କହିବାନୁସାରେ, ଦୁବାଇରେ ଏଭଳି ଅସ୍ତ୍ରୋପଚାରର ଘଟଣା ପ୍ରଥମ। ଡାକ୍ତରୀ ଦଳ ଅବାସଙ୍କ ସଫଳତା ପୂର୍ଣ୍ଣ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ ପାକସ୍ଥଳୀ ବାହାର କରିଦେଇଥିଲେ। ବର୍ତ୍ତମାନ ଅବାସ ଦୁବାଇ ହସ୍ପିଟାଲରେ କେମୋଥେରାପି ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe