ମାନବିକତାର ମିଶାଲ୍ ଦେଲେ ଦୁବାଇର କ୍ରାଉନ୍ ପ୍ରିନ୍ସ : ପାରା ପରିବାର ପାଇଁ ପରିତ୍ୟାଗ କଲେ ପ୍ରିୟ ଗାଡ଼ି । ସଲାମ୍ କଲା ସୋସିଆଲ୍ ମିଡ଼ିଆ ।

686

ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ୍ ହମଦନ୍ ବିନ୍ ସାହିଦ୍ ଅଲ୍ ମକତୁମ୍ (ଫଜା) ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଚର୍ଚ୍ଚାର କାରଣ ବି ଖୁବ୍ ହୃଦୟସ୍ପର୍ଶୀ । ପ୍ରିନ୍ସ ଫଜା ନିଜର ବିଳାସପୂର୍ଣ୍ଣ ପ୍ରିୟ ଏସୟୁଭି କାରକୁ ପରିତ୍ୟାଗ କରିଛନ୍ତି । ଆଉ ପରିତ୍ୟାଗର କାରଣ ହେଉଛି ଗୋଟିଏ ପାରା । ଆଜ୍ଞା ହଁ ମାନବିକତାର ମିଶାଲ୍ ଦେଉଥିବା ଏହି ପ୍ରିନ୍ସ ପାରା ପାଇଁ ପରିତ୍ୟାଗ କରିଛନ୍ତି ଗାଡ଼ି ।

 

View this post on Instagram

 

A post shared by Fazza (@faz3) on

ଘଟଣାଟି କିଛି ଏଭଳି କିଛି ଦିନ ତଳେ ଗୋଟିଏ ପାରା ତାଙ୍କ କାରର ବୋନେଟରେ ବସାବାନ୍ଧି ଅଣ୍ଡା ଦେଇଥିଲା । ଯଦି କାରକୁ ବ୍ୟବହାର କରାଯାଇଥାନ୍ତା ତେବେ ବସାକୁ ବୋନେଟରୁ ବାହାର କରିବାକୁ ପଡ଼ିଥାନ୍ତା । ତେଣୁ ପ୍ରିନ୍ସ ଫଜା ମାନବିକତା ଦେଖାଇ କାରକୁ ହିଁ ବ୍ୟବହାର କରିବା ବନ୍ଦ କରିଦେଲେ । ଗାଡ଼ି ଗୋଟିଏ ସ୍ଥାନରେ ଠିଆ ହୋଇ ରହିଲା । ପାରାକୁ ଯେଭଳି କୌଣସି କ୍ଷତି ନହେବ ଏଥିପାଇଁ ସେ ଗାଡ଼ି ଚାରିପଟେ ଫିତା ମଧ୍ୟ ବାନ୍ଧିଦେଲେ । ବର୍ତ୍ତମାନ ପାରା ଅଣ୍ଡାରୁ କୁନି କୁନି ପିଲା ବାହାରିଛନ୍ତି ଆଉ ଏ ଘଟଣା ପ୍ରିନ୍ସ ପରିବାରକୁ ଖୁବ୍ ଆନନ୍ଦ ଦେଇଛି । ଏହାର ଏକ ଭିଡ଼ିଓ ଖୋଦ୍ ପ୍ରିନ୍ସ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର୍ କରିଥିଲେ । ଯାହା ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ସେୟାର୍ ହେଉଛି । ଛୋଟ ଛୋଟ କାମରେ ବି କେତେ ଖୁସି ମିଳିଥାଏ ଆପଣ ଏହି ଭିଡ଼ିଓଟିକୁ ଦେଖିଲେ ହିଁ ଜାଣିପାରିବେ ।