ପ୍ରଥମଥର ପାଇଁ ସାଉଦି ଆରବରେ ଧୁମଧାମରେ ପାଳନ ହେଲା ଦୀପାବଳୀ ! ଜାତୀୟ ସଂଙ୍ଗୀତ ଗାନ ପରେ ଲୋକେ ପାଳିଲେ ଦୀପାବଳୀ । ଦେଖନ୍ତୁ ଭିଡିଓ

ପ୍ରଥମଥର ପାଇଁ ସାଉଦି ଆରବରେ ଧୁମଧାମରେ ପାଳନ ହେଲା ଦୀପାବଳୀ ! ଜାତୀୟ ସଂଙ୍ଗୀତ ଗାନ ପରେ ଲୋକେ ପାଳିଲେ ଦୀପାବଳୀ । ଦେଖନ୍ତୁ ଭିଡିଓ

Eisamay

ଆଲୋକର ପର୍ବ ଦୀପାବଳି ଏବର୍ଷ କିଛି ନିଆରା ଢଙ୍ଗରେ ପାଳନ ହେଉଛି। ପ୍ରଥମ ଥର ପାଇଁ ଭାରତୀୟଙ୍କର ଏହି ବିଶେଷ ପର୍ବକୁ ପାଳନ କରୁଛି ସାଉଦି ଆରବ। ଭାରତର ବାଣିଜ୍ୟ ଦୂତାବାସଙ୍କ ସହ ମିଳିତ ଭାବେ ସାଉଦି ଆରବ ସରକାର ପ୍ରଥମ ଥର ପାଇଁ ଏକ ୧୦ ଦିନିଆ ଦୀପାବଳି ପାଳନ କରିବାର ଯୋଜନା କରିଛନ୍ତି। ଏହି ମେଗା ଉତ୍ସବ ମନାଇବା ପାଇଁ ସାଉଦି ଆରବର ବହୁ ଉଚ୍ଚ ସ୍ତରୀୟ ବ୍ୟକ୍ତି ଏକଜୁଟ୍ ହୋଇଥିବା ସହ ଭାରତର ବାଣିଜ୍ୟ ଦୂତାବାସ ମଧ୍ୟ ସେମାନଙ୍କ ସହ ହାତ ମିଶାଇ ଉତ୍ସବକୁ ଆହୁରି ଆକର୍ଷଣୀୟ କରିବାରେ ଅଂଶ ଗ୍ରହଣ କରିଛନ୍ତି।

publive-image

ସାଉଦି ଆରବ ବାସିନ୍ଦାଙ୍କ ପାଇଁ ଏହା ପ୍ରଥମ ଦୀପାବଳି। ଏହି ୧୦ ଦିନିଆ ଉତ୍ସବ ନଭେମ୍ବର ୧ ରୁ ଆରମ୍ଭ ହୋଇ ୧୦ ରେ ଶେଷ ହେବ। ଉତ୍ସବରେ ଆଲୋକ ସଜ୍ଜା ଓ ଦୀପ ଜାଳିବା ବ୍ୟତୀତ ଆହୁରି ଅନେକ ମନୋରଞ୍ଜନ ଧର୍ମୀ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଛି। ବଲିଉଡ୍ ଲାଇଭ୍ରୁ ନେଇ, ଭାଙ୍ଗଡ଼ା, ବାଣ ଫୁଟା ଆଦି ଏହି ଉତ୍ସବର ସୌନ୍ଦର‌୍ୟ୍ୟ।

publive-image

ସାଉଦି ଆରବ ପ୍ରଥମ ଦିନ ଭାରତୀୟ ଜାତୀୟ ସଂଗୀତ ଗାଇ ଦୀପାବଳି ପାଳନ ଆରମ୍ଭ କରିଛି। ଟୁଇଟର୍ରେ ପୋଷ୍ଟ୍ ହୋଇଥିବା ଭିଡିଓଟିରେ ସାଉଦି ଆରବ ପୁଲିସ୍ ବ୍ୟାଣ୍ଡ୍ ବଜାଇ ସଂଗୀତ ପରିବେଶଷ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସାଉଦି ଆରବର ଏପରି ଏକ ଆୟୋଜନ ଭାରତୀୟଙ୍କୁ ପୂରା ବିଶ୍ୱରେ ଗର୍ବିତ ଅନୁଭବ କରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe