ଆଇପିଏଲ ଫାଇନାଲରେ ଚେନ୍ନାଇ: ରୋମାଂଚକର ମ୍ୟାଚରେ ହାଇଦ୍ରାବାଦକୁ ୨ ଓ୍ଵିକେଟରେ ହରାଇଲା ଧୋନୀ ବାହିନୀ । ଆଜି ଏଲିମିନିଟରରେ ସାମ୍ନାସାମ୍ନି ହେବେ କୋଲକାତା ଓ ରାଜସ୍ଥାନ

37

କନକ ବ୍ୟୁରୋ: ଆଇପିଏଲ-୧୧ର ଫାଇନାଲରେ ଚେନ୍ନାଇ ସୁପରକିଂଙ୍ଗସ । ମୁମ୍ବାଇରେ ଖେଳାଯାଇଥିବା କ୍ୱାଲିଫାୟର ମ୍ୟାଚରେ ହାଇଦ୍ରାବାଦକୁ ୨ ଉଇକେଟରେ ହରାଇ ଫାଇନାଲକୁ ପ୍ରବେଶ କରିଛି ଚେନ୍ନାଇ । ଶେଷ ଓଭରରେ ବିଜୟ ପାଇଁ ୬ ରନ ଦରକାର ଥିବା ବେଳେ ଡୁପ୍ଲେସିସ୍ ପ୍ରଥମ ବଲରେ ଛକ୍କା ମାରି ଦଳକୁ ବିଜୟୀ କରାଇଥିଲେ । ଗୋଟିଏ ସମୟରେ ପରାଜୟ ଆଡକୁ ଗତି କରୁଥିବା ଚେନ୍ନାଇ ଦଳ ପାଇଁ ତ୍ରାଣ କର୍ତା ସାଜିଥିଲେ ଡୁପ୍ଲେସିସ୍ । ପୂର୍ବରୁ ଟସ୍ ଜିତି ବୋଲିଂ ନିଷ୍ପତି ନେଇଥିଲେ କ୍ୟାପଟେନ ଧୋନି । ହାଇଦ୍ରାବାଦ ସନରାଇଜର୍ସ ନିର୍ଧାରିତ ୨୦ ଓଭରରେ ୭ ଉଇକେଇଟ୍ ହରାଇ ମାତ୍ର ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା ।

୧୪୦ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିବା ଚେନ୍ନାଇ ୧୯ ଓଭର ୧ ବଲରେ ଲକ୍ଷ୍ୟ ପୂରଣ କରିନେଇଥିଲା । ଦଳ ପକ୍ଷରୁ ଡୁ ଫ୍ଲେସିସ୍ ସର୍ବାଧିକ ୬୭ ରନ କରିଥିଲେ । ଅନ୍ୟପଟେ ଶେଷ ଆଡକୁ ପଡିଆକୁ ଆସିଥିବା ଶାର୍ଦୁଲ ଠାକୁର ୫ ବଲରେ ୧୫ ରନ କରି ସ୍ଥିତି ବଦଳାଇ ଦେଇଥିଲେ ।

ଅନ୍ୟପଟେ ଆଜି ଏଲିମିନିଟର ମ୍ୟାଚ୍ ଖେଳାଯିବ । ଏଥିରେ କୋଲକାତା ନାଇଟ ରାଇଡର୍ସ ସହ ରାଜସ୍ଥାନ ରୟାଲ୍ସର ମୁକାବିଲା ହେବ । ଭଲ ଫର୍ମେରେ ଥିବା ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି । ଏଲିମିନଟର ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ, ସେ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ ଖେଳିବ । ହାଇଦ୍ରାବାଦ ସହ ମୁକାବିଲା ହେବାକୁ ଥିବା ଏହି କ୍ୱାଲିଫାୟାର ମ୍ୟାଚରେ କିଏ ଫାଇନାଲ ଖେଳିବ ତାହା ସ୍ପଷ୍ଟ ହେବ ।