କନକ ବ୍ୟୁରୋ: ଆଇପିଏଲ ନିଲାମ ପ୍ରକ୍ରିୟା ଏବେ ବାଙ୍ଗାଲୋରରେ ଜାରି ରହିଛି । ତେବେ ପ୍ରଥମ ଓ ଦ୍ୱିତୀୟ ସେଟରେ କିଛି ବଡ ଖେଳାଳିଙ୍କୁ ପ୍ରତ୍ୟେକ ଦଳ ନିଜ ନିଜ ଟିମରେ ସାମିଲ କରିଛନ୍ତି । ତେବେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏହି ନିଲାମ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ ପ୍ଲେସିସଙ୍କୁ କିଣିବା ସହିତ ଭାରତୀୟ ଅଲରାଉଣ୍ଡର ହର୍ଷଲ ପଟେଲଙ୍କୁ ମଧ୍ୟ ୧୦.୭୫ କୋଟିରେ କିଣିଛି ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡୁ ପ୍ଲେସିସଙ୍କୁ ଆରସିବି ନିଲାମରେ କିଣିବା ପରେ ତାଙ୍କୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । କାହିଁକି ନା, ଆଗାମୀ ଆଇପିଏଲରେ ବିରାଟ କୋହଲି ଆରସିବିର ନେତୃତ୍ୱ ନେବେ ନାହିଁ । ସେ କେବଳ ଜଣେ ଖେଳାଳି ଭାବେ ଦଳରେ ରହିବେ । ତେଣୁ କୋହଲିଙ୍କ ବଦଳରେ ଦଳ ଏବେ ଫାଫ୍ ଙ୍କୁ ଏହି ଦାୟିତ୍ୱ ଦେଇପାରେ ବୋଲି କୁହାଯାଇଛି । ଫାଫଙ୍କ ପାଖରେ ଅନ୍ତର୍ଜାତୀୟ ଅଭିଜ୍ଞତା ଥିବାବେଳେ, ସେ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ମଧ୍ୟ ନେଇସାରିଛନ୍ତି । ତେଣୁ ଦଳ ତାଙ୍କୁ ଅଧିନାୟକ ଦାୟିତ୍ୱ ଦେଇପାରେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ଅନ୍ୟପଟେ ଦଳରେ ତାଙ୍କ ସହିତ ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ରହିଛନ୍ତି ।
#PlayBold#WeAreChallengers#IPLMegaAuction#IPL2022#IPLAuctionpic.twitter.com/U1rOkaTnAB
— Royal Challengers Bangalore (@RCBTweets) February 12, 2022
ସୂଚନାଯୋଗ୍ୟ ଯେ, ଦୁଇ ଦିନ ଧରି ବାଙ୍ଗାଲୋରରେ ଆଇପିଏଲ୍ ଖେଳାଳି ନିଲାମ ପ୍ରକ୍ରିୟା ଜାରି ରହିବ । ପ୍ରାୟ ୬ ଶହରୁ ଅଧିକ ଖେଳାଳି ଏହି ନିଲାମ ପ୍ରକ୍ରିୟାରେ ଭାଗ ନେବେ । ତେବେ ବର୍ତ୍ତମାନ ସୁଦ୍ଧା କିଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଶେଷ ହୋଇଥିବାବେଳେ, ବାକି ଖେଳାଳିଙ୍କ ନିଲାମ ଆସନ୍ତାକାଲି ସୁଦ୍ଧା ଶେଷ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/pjimage-19.jpg)