ଆଦର୍ଶ ପୋଲିସର ଆତଙ୍କବାଦୀ ଲିଙ୍କ ! ସେବା ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ, ଆତଙ୍କବାଦୀଙ୍କୁ ସହଯୋଗ କରି ଗିରଫ ହେଲେ ଡିଏସପି

1,018

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ବଡଧରଣର ଆତଙ୍କବାଦୀ ଉଦ୍ୟମ ପଣ୍ଡ । କୁଲଗାଓଁରୁ ୨ ହିବଜୁଲ କମାଣ୍ଡର ଗିରଫ । ହିବଜୁଲ କମାଣ୍ଡର ନଭିଦ ବାବୁ ଓ ଆସିଫ ରଦର ଗିରଫ । ତେବେ ସବୁଠାରୁ ବଡ କଥା ହେଉଛି ଏହି ଆତଙ୍କବାଦୀଙ୍କ ସହ ସାମିଲ ଥିବା ଜଣେ ଡିଏସପିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଏକ କାରରେ ଡିଏସପିଙ୍କ ସହିତ ଯାଉଥିବା ସମୟରେ ଶ୍ରୀନଗର କୁଲଗାଁଓର ମିରବଜାର ଅଂଚଳରୁ ଏହି ୨ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।

ଗିରଫ ୨ ଆତଙ୍କବାଦୀ ସୋପିଆନ ଅଂଚଳର ବୋଲି ଜଣ।।ପଡିଛି । ନାଭେଦ ଜଣେ ଟପ ହିଜବୁଲ ମୁଦାହିଦ୍ଦିନ କମାଣ୍ଡର । ସେହିପରି ଗିରଫ ଡିଏସପି ଜଣଙ୍କ ହେଉଛନ୍ତି ଦାଦିନ୍ଦର ସିଂହ । ଗତ ବର୍ଷ ଅଗଷ୍ଟ ୫ ତାରିଖରେ ରାଷ୍ଟ୍ରପତି ପୋଲିସ ମେଡାଲ ପାଇଥିଲେ ଏହି ଡିଏସପି । ଡିଏସପି ଜଣଙ୍କ ଜାମ୍ମୁ କାଶ୍ମୀର ପୋଲିସର ଆଂଟି ହାଇଜାକିଂ ସ୍କ୍ୱାଡରେ କାମ କରୁଥିଲେ ଏବଂ ଶ୍ରୀନଗରରେ ତାଙ୍କର ପୋଷ୍ଟିଂ ରହିଥିଲା । ଜାମ୍ମୁ କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ ଗ୍ରୁପରେ ମଧ୍ୟ ଇନସପେକ୍ଟର ଭାବେ କାମ କରିଛନ୍ତି ଦାବିନ୍ଦର । ଏସଓଜିରେ କାମ କରୁଥିବା ବେଳେ ଆଂଟି ଟେରର ଅପରେସନ ପାଇଁ ତାଙ୍କୁ ଡିଏସପି ଭାବେ ପ୍ରମୋସନ ମିଳିଥିଲା ।

ହେଲେ ଆତଙ୍କବାଦୀ ସହ ଲିଙ୍କ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତେବେ ଡିଏସପିଙ୍କ ସହାୟତାରେ ଦିଲ୍ଲୀ ଆସିବା ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ । ଯାହାକୁ ପଣ୍ଡ କରିଛି ପୋଲିସ ।