ଆସନ୍ତାକାଲିଠୁ ଓଡ଼ିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ-ରନ୍ : କେମିତି ଦିଆଯିବ ଟିକା, ପୂରା ପ୍ରକିୟାର କରାଯିବ ଅଭ୍ୟାସ

୩୦ ଜିଲ୍ଲା ମୁଖ୍ୟାଳୟରେ ହେବ ହେବ ଟିକାର ଡ୍ରାଏ ରନ୍

70

କନକ ବ୍ୟୁରୋ : ଜାନୁଆରୀ ୨ ତାରିଖରୁ ଅର୍ଥାତ ଆସନ୍ତାକାଲି ଦେଶର ସମସ୍ତ ରାଜ୍ୟରେ ଆରମ୍ଭ ହେବ କୋଭିଡ୍ ଟିକାର ଡ୍ରାଏ ରନ୍ । ଏହା ଭିତରେ ଓଡିଶା ମଧ୍ୟ ଟିକାର ଡ୍ରାଏ ରନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି । ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯିବ । ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍ ଉପସ୍ଥିତ ରହିବେ ।

ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଦେଶର ୪ଟି ରାଜ୍ୟରେ ହୋଇଥିବା ଭାକସିନ୍ ଡ୍ରାଏ ରନ୍ ସଫଳ ହେବା ପରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ପ୍୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଂଜାବର ୨ଟି ଲେଖାଏଁ ଜିଲ୍ଲାରେ ଡିସେମ୍ୱର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ହୋଇଥିଲା ଭାକସିନ୍ ର ଡ୍ରାଏରନ୍ । ଏହି ସମୟରେ କରୋନା ଟିକାକରଣ ସମୟର ପୁରା ପ୍ରକ୍ରିୟାର ରିହରସଲ୍ କରାଯାଇଥିଲା । ଶୀତଳଭଣ୍ଡାର ପଏଂଟରୁ କିପରି କରୋନା ଭାକସିନ୍ ଆସି ଟିକାଦିଆଯିବ କେନ୍ଦ୍ରରେ ପହଁଚିବ, କିପରି ଟିକା ପରିବହନ କରାଯିବ, କିପରି ଟିକା ଦିଆଯିବ, ଟିକାକରଣ ପରବର୍ତି ବ୍ୟବସ୍ଥା ଯାଂଚର ମକ ଡ୍ରିଲ୍ ହୋଇଥିଲା ଡ୍ରାଏ ରନ ।