କୋଭିଡ୍ ବିରୋଧୀ ସମୂହ ଟିକାକରଣ ପାଇଁ ଜୋରଦାର ଅଭ୍ୟାସ : ୪ ଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଟିକାକରଣର ଡ୍ରାଏ ରନ୍ , ପ୍ରତ୍ୟେକ କେନ୍ଦ୍ରରେ ଶହେ ଜଣଙ୍କୁ ଦିଆଯିବ ଡମି ଟିକା 

88

କରୋନାର ଅବଗଣନା ଆରମ୍ଭ ହୋଇ ଯାଇଛି । ବ୍ରିଟେନ ସହ ପାଞ୍ଚଟି ରାଷ୍ଟ୍ର ପରେ ଆମେରିକା ଇତିହାସରେ ଟିକାକରଣ ପାଇଁ ସବୁଠାରୁ ବଡ ଯୋଜନା କରାଯାଇଛି । ଏପଟେ ଆମ ଦେଶରେ ଏଯାଏଁ କୌଣସି ଟିକାକୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ଖୁବ୍ ଶୀଘ୍ର ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି । ଏଥିପାଇଁ ଭାରତ ସରକାର ଟିକାକରଣର ଗାଇଡଲାଇନ ମଧ୍ୟ ଜାରି କରି ସାରିଛନ୍ତି । ଓଡିଶା ସରକାର ମଧ୍ୟ ଟିକାକରଣ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛନ୍ତି  । ଠିକ୍ ନିର୍ବାଚନ ଭଳି ଆଗୁଆ କେତେ ଜଣଙ୍କୁ ଟିକା ଦିଆଯିବ, କେଉଁଠି ଦିଆଯିବ ଓ କେମିତି ଦିଆଯିବ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

କୋଭିଡ ଟିକା କରଣ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ଭାରତ ସରକାର । ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମଣ ଭାରତରେ ହୋଇଥିବା ବେଳେ ବ୍ରିଟେନ୍ର ନୂଆ ଷ୍ଟ୍ରେନ୍ ଚିନ୍ତା ବଢାଇ ଦେଇଛି । ତେଣୁ କରୋନା ଟିକା ଆସିଗଲା ପରେ ଏହା କିଭଳି ଦେଶର କୋଣ ଅନୁକୋଣରେ ସୁରକ୍ଷିତ ଭାବରେ ପହଂଚିବ ତାକୁ ସୁନିଶ୍ଚିତ କରୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଆଗାମୀ ୨୮ ଓ ୨୯ ତାରିଖରେ ୪ଟି ରାଜ୍ୟରେ ହେବ କୋଭିଡ ଟିକାକରଣର ଡ୍ରାଏ ରନ୍ ।