କରୋନାର ଅବଗଣନା ଆରମ୍ଭ ହୋଇ ଯାଇଛି । ବ୍ରିଟେନ ସହ ପାଞ୍ଚଟି ରାଷ୍ଟ୍ର ପରେ ଆମେରିକା ଇତିହାସରେ ଟିକାକରଣ ପାଇଁ ସବୁଠାରୁ ବଡ ଯୋଜନା କରାଯାଇଛି । ଏପଟେ ଆମ ଦେଶରେ ଏଯାଏଁ କୌଣସି ଟିକାକୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ଖୁବ୍ ଶୀଘ୍ର ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି । ଏଥିପାଇଁ ଭାରତ ସରକାର ଟିକାକରଣର ଗାଇଡଲାଇନ ମଧ୍ୟ ଜାରି କରି ସାରିଛନ୍ତି । ଓଡିଶା ସରକାର ମଧ୍ୟ ଟିକାକରଣ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଠିକ୍ ନିର୍ବାଚନ ଭଳି ଆଗୁଆ କେତେ ଜଣଙ୍କୁ ଟିକା ଦିଆଯିବ, କେଉଁଠି ଦିଆଯିବ ଓ କେମିତି ଦିଆଯିବ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
କୋଭିଡ ଟିକା କରଣ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ଭାରତ ସରକାର । ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମଣ ଭାରତରେ ହୋଇଥିବା ବେଳେ ବ୍ରିଟେନ୍ର ନୂଆ ଷ୍ଟ୍ରେନ୍ ଚିନ୍ତା ବଢାଇ ଦେଇଛି । ତେଣୁ କରୋନା ଟିକା ଆସିଗଲା ପରେ ଏହା କିଭଳି ଦେଶର କୋଣ ଅନୁକୋଣରେ ସୁରକ୍ଷିତ ଭାବରେ ପହଂଚିବ ତାକୁ ସୁନିଶ୍ଚିତ କରୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଆଗାମୀ ୨୮ ଓ ୨୯ ତାରିଖରେ ୪ଟି ରାଜ୍ୟରେ ହେବ କୋଭିଡ ଟିକାକରଣର ଡ୍ରାଏ ରନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/19-18-750x430-1.jpg)
/kanak/media/post_attachments/wp-content/uploads/2020/12/download-2020-12-25t134145633-931384-1608905742-300x147.png)