ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଥାନାରେ ମାତାଲ ଯୁବକର ବଡି ବିଲଡିଂ । ସାର୍ଟ ଖୋଲି ଦେଖାଇଲେ ସିକ୍ସ ପ୍ୟାକ୍ । ୭ ଘଂଟା ଧରି ଚାଲିଲା ନିଶାଗ୍ରସ୍ତ ଯୁବକଙ୍କ ଦବଙ୍ଗଗିରି । ଏକ ରେଷ୍ଟୁରାଂଟରେ ଗଣ୍ଡଗୋଳ କରିବା ଅଭିଯୋଗରେ ପୁଲିସ, ତାକୁ ଧରି ଆଣିଥିଲା ଥାନାକୁ । ଭାବି ଥିଲା ମାମୁଁ ଘରକୁ ଆସିବା ପରେ, ମଦୁଆର ଉତ୍ପାତ କମିବ । ହେଲେ ଘଟିଥିଲା ଓଲଟା ଘଟଣା । ଆଉ ଥାନାରେ ପହଂଚିବା ପରେ, ପ୍ରାୟ ୭ ଘଂଟା ଧରି ଚଳାଇଥିଲେ ତାଙ୍କ କାରନାମା ।
ଯୁବକ ଜଣକ ହେଉଛନ୍ତି ମଂଚେଶ୍ୱର ଥାନା ଅଧିନ ଭୋଟପଡା ଗାଁର ବିଜୟ ନାୟକ । ଏକ ରେଷ୍ଟୁରାଂଟରେ ଗଣ୍ଡଗୋଳ କରିବା ପରେ, ପୁଲିସ, ଧରି ଆଣିଥିଲା ଥାନାକୁ । ଭାବି ଥିଲା ମାମୁଁ ଘରକୁ ଆସିବା ପରେ, ମଦୁଆର ଉତପାତ କମିବ । ହେଲେ, ମଦୁଆର ଦୌରାତ୍ମ୍ୟ ବଢିବାରେ ଲାଗିଥିଲା । ଥାନା ହେପାଜତରେ ରହି ମଧ୍ୟ ତଚାର ରୋବାବ କିଛି କମ ନାହିଁ । ଥାନା ଭିତରେ ହିଁ ବାଇସେପ୍ ର କୁସ୍ତି କସରତ ଚଳାଇଛି ଥାନା ଭିତରେ । ଥାନା ହେପାଜତରେ ରହି ବି ପୁଲିସ କଥା ମାନୁନି ଏହି ମଦୁଆ । ପୁଲିସ ବାବୁ ମାନଙ୍କର ଗୋଡ, ହାତ ଧରି ଛାଡି ଦେବାକୁ ନେହୁରା ହେଉଛି । ଆଉ ପୁଲିସକୁ ବି ମାଙ୍କଡ ଭଳି ବ୍ୟବହାର କରୁଛି । ତେବେ ମଦୁଆ ଜଣକ ଥାନାର କିଛି ଆସବାପତ୍ର ମଧ୍ୟ ନଷ୍ଟ କରିଥିବା ଜଣା ପଡିଛି । ମାମୁଁ ଘରେ ମଦୁଆର ଉତ୍ପାତକୁ ଦେଖି ମାମୁଁ ମାନେ ବି ଭଲ ଖାତିରଦାରି କରି ୫ଶହ ଟଙ୍କା ଫାଇନ କାଟି ଛାଡି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/05/vlcsnap-2016-05-09-21h42m35s239.png)