ମଦୁଆ ଚାଳକ ସାବଧାନ! ଏଣିକି ଧରାପଡ଼ିଲେ ଆଉ ଚଲାଇପାରିବେନି ଗାଡ଼ି

ମଦୁଆ ଚାଳକ ସାବଧାନ! ଏଣିକି ଧରାପଡ଼ିଲେ ଆଉ ଚଲାଇପାରିବେନି ଗାଡ଼ି

କନକ ବ୍ୟୁରୋ: ମଦ ପିଇ ଗାଡ଼ି ଚଳାଉଛନ୍ତି କି? ସାବଧାନ! ଯଦି ଆପଣ ମଦ ପିଇ ଗାଡ଼ି ଚଳାଇବା ଅବସ୍ଥାରେ ଧରାପଡ଼ିଯିବେ ତେବେ ଆପଣ ଜୀବନଯାକ ପାଇଁ ଆଉ ଗାଡ଼ି ଚଲାଇପାରିବେନି। କାରଣ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିଦିଆଯିବ। ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଇଲେ ଜରିମାନା ଗଣିବ ଆଉ ଜେଲ୍ ଯିବ। ମିଳିଥିବା ସୂଚନା ଅନୁଯାୟୀ କେବଳ ଆରଟିଓ-୧ରେ ଗତ ୧୯ମାସରେ ୧୫୪୧ ଲାଇସେନ୍ସ ରଦ୍ଦ ହୋଇଛି। ସେହିପରି ୬୫ଜଣ ନିଶାସକ୍ତ ଚାଳକଙ୍କ ଠାରୁ ୧ଲକ୍ଷ ୨୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

publive-image

୨୦୧୮-୧୯ବର୍ଷରେ ୧୧୯୩ଜଣ ଚାଳକଙ୍କ ଲାଇସେନ୍ସ ରଦ୍ଦ ହୋଇଥିବାବେଳେ ଏଥିରୁ ଅଧିକାଂଶ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଛନ୍ତି। ଏହାସହ ଏହି ସମୟରେ ୫୦ଜଣ ମଦ୍ୟପ ଚାଳକଙ୍କଠାରୁ ୧ଲକ୍ଷ ଟଙ୍କା ଜରିମାନା ଚାଲଣ କଟାଯାଇଛି। ସେହିପରି ୨୦୧୯-୨୦ ବର୍ଷରେ ନଭେମ୍ବର ପର୍ଯ୍ୟନ୍ତ ୩୪୮ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ୧୪ଜଣ ମଦ୍ୟପଙ୍କ ଠାରୁ ୨୮ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe