ବର୍ତ୍ତିବେନି ମଦୁଆ ଗାଡ଼ି ଚାଳକ । ପୋଲିସ୍ ଡିଜି କହିଲେ, ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।

888

କନକ ବ୍ୟୁରୋ: ହୁସିଆର ମଦୁଆ ଡ୍ରାଇଭର! ପୋଲିସ୍ ଟାର୍ଗେଟରେ ମଦୁଆ ଚାଳକ । ଡିସେମ୍ବର ପହିଲାରୁ କଡାକଡି ହେବ ଟ୍ରାଫିକ୍ ନିୟମ । ଆଉ ନିୟମ ଉଲ୍ଲଘଂନକାରୀଙ୍କୁ ଏଣିକି ମିଳିବନି ନିସ୍ତାର , ପୋଲିସ୍ ଡିଜିପି କହିଲେ , ଟାର୍ଗେଟରେ ରହିବେ ମଦୁଆ ଚାଳକ । ମଦ ପିଇ ଗାଡି ଚଲାଇ ଧରାପଡିଲେ ଛାଡିବନି ପୋଲିସ୍ ।

ଅନ୍ୟପଟେ ନୂଆ ଟ୍ରାଫିକ୍ ନିୟମକୁ ନେଇ ରାଜ୍ୟ ସରକାର କୋହଳ କରିଥିବା ତିନି ମାସ କଣ୍ଟ ପୂରିବାକୁ ଯାଉଛି । ଡିସେମ୍ବର ୧ ତାରିଖରୁ ପୁଣି ଗାଡ଼ି ଚାଳକଙ୍କ ଉପରେ ଚଡ଼କ ପଡ଼ିବ । ଯେଉଁମାନେ କାଗଜ ପତ୍ର ଠିକ୍ କିମ୍ବା ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ନୂଆ ମୋଟର ଯାନ ଆଇନ ଅନୁସାରେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ । ତେଣୁ ଡେଲାଇନ୍ ସରିବା ପୂର୍ବରୁ ନିଜ ନିଜର ଗାଡ଼ିର କାଗଜପତ୍ର ଅପଡେଟ୍ ରଖିବାକୁ ସ୍ଥାନୀୟ ଆରଟିଓ ଅଫିସରେ ଭିଡ଼ ଜମାଉଛନ୍ତି ।